Odia News Portal

ତ୍ରିକୋଣୀୟ ପ୍ରେମରୁ ଜଘନ୍ୟ ହତ୍ୟାକାଣ୍ଡ, ଥାର ଗାଡ଼ି ଚଢ଼ାଇ ସାଙ୍ଗକୁ ମାରିଦେଲା ସାଙ୍ଗ

ଭୁବନେଶ୍ୱର(Swadhikar News): ଚନ୍ଦ୍ରଶେଖରପୁର ‘ଥାର୍’ ହିଟ ଆଣ୍ଡ ରନ୍ ମାମଲାରେ ନୂଆ ଟୁଇଷ୍ଟ ସାମ୍ନାକୁ ଆସିଛି। ସୂଚନା ମୁତାବକ ମେ ୨୯ ତାରିଖ ରାତି ସମୟ ପାଖାପାଖି ୧୨ଟାରେ ନୀଳାଦ୍ରି ବିହାର ଏଟିଏମ୍ ଛକ ନିକଟରେ ଏକ ବାଇକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା ଦ୍ରୁତଗାମୀ ଥାର୍ ଗାଡ଼ି । ବାଇକରେ ଥିଲେ ୩ ଜଣ ଯୁବକ । ଧକ୍କା ଏତେ ଜୋରଦାର ଥିଲା ଯେ ସମସ୍ତେ ଛିଟିକି ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ଘଟଣାସ୍ଥଳରେ ଜଣକର ହିଁ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ।

ପ୍ରଥମରୁ ଏହା ଦୁର୍ଘଟଣା ପରି ମନେ ହେଉଥିଲା। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ପରେ ଚନ୍ଦ୍ରଶେଖରପୁର ପୋଲିସ ଆରମ୍ଭ କରିଥିଲା ତଦନ୍ତ। ଆହତ ଓ ପ୍ରତ୍ୟକ୍ଷଦର୍ଶୀଙ୍କୁ ପଚରାଉଚରା ପରେ ଏହା ହତ୍ୟା ବୋଲି ସନ୍ଦେହ କରିଥିଲା ପୋଲିସ। ରାତାରାତି ଦୁର୍ଘଟଣା ଘଟାଇଥିବା ଥାର୍ ଗାଡ଼ି ଓ ବାଇକକୁ ପୋଲିସ ଜବତ କରିଛି ସହ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ଠାରୁ ସତ ଓଗାଳିଛି ପୋଲିସ।

ମୃତ ବରେନ୍ୟ ରାଉତରାୟଙ୍କ ପ୍ରେମିକାକୁ ପୂର୍ବରୁ ଭଲ ପାଉଥିବା ପ୍ରେମିକ ଘଟାଇଛି ଜଘନ୍ୟ କାଣ୍ଡ।ପ୍ରେମ ବ୍ୟାପାର ନେଇ ଉଭୟଙ୍କ ମଧ୍ୟରେ ଏକ ଲସି ଦୋକାନରେ ଗଣ୍ଡଗୋଳ ହୋଇଥିଲା। ବାଇକରେ ଆସିଥିବା ମୃତକ ଓ ତାଙ୍କ ସହଯୋଗୀ ଆଉ ଅଭିଯୁକ୍ତଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କିନ୍ତୁ ଏହାର କିଛି ସମୟ ପରେ ବାଇକରେ ଫେରୁଥିବା ବେଳେ ଅଭିଯୁକ୍ତମାନେ ଥାର୍ ଗାଡିରେ ସେମାନଙ୍କ ପିଛା କରିଥିଲେ। ପ୍ରଥମେ ସେମାନେ କ୍ରିକେଟ ଷ୍ଟମ୍ପ ଓ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଆହତ ବରେନ୍ୟ ଆଉ ତାର ଦୁଇ ସାଙ୍ଗ ରକ୍ତାକ୍ତ ହୋଇ ଜୀବନ ବିକଳରେ ଖସିବାକୁ ଚେଷ୍ଟା କରିଥିଲେ । ପଛରୁ ଥାର ଗାଡ଼ିରେ ଗୋଡ଼ାଇବା ପରେ ଗାଡି ଚଢାଇ ହତ୍ୟା କରିଥିଲେ ଅଭିଯୁକ୍ତ