Odia News Portal

ଏୟାରପୋର୍ଟ ଅଭିମୁଖେ ଅଭିଶେକ

ଭୁବନେଶ୍ୱର: ଏୟାରପୋର୍ଟ ଅଭିମୁଖେ ବାହାରିଛନ୍ତି ବାସୁଦେବପୁର ଅଞ୍ଚଳର ଯୁବକ ଅଭିଶେକ ମହାପାତ୍ର । ଆଜି ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯିବ ଅଭିଶେକଙ୍କୁ । ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରୁ ଗ୍ରୀନ କରିଡରରେ ତାଙ୍କୁ ଏୟାରପୋର୍ଟ ନିଆଯାଉଛି । କୋଭିଡ ଆକ୍ରାନ୍ତ ପରଠାରୁ ଗୁରୁତର ଅଛନ୍ତି ଅଭିଶେକ । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଯୁବକ ହେଉଛନ୍ତି ଅଭିଶେକ । ଏକକୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ଅଭିଶେକଙ୍କ ଚିକତ୍ସା ଲାଗି । ତେବେ ସବୁଆଡୁ ତାଙ୍କ ଲାଗି ସହଯୋଗ ଆସୁଛି ।

ସୂଚନା ଥାଉକି, ମାସେ ହେବ ବିବାହ କରିଥିବା ଅଭିଶେକଙ୍କ ଇକମୋ ଚିକତ୍ସା ଲାଗି କୋଲକାତା ନିଆଯିବ । ନିମ୍ନ ମଧ୍ୟବିତ ପରିବାର ଅଭିଶେକଙ୍କ ଚିକତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ସାଙ୍ଗ ଓ ପରିବାର ମିଶି ପାଣ୍ଠି ଯୋଗାଡ଼ କରୁଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ଚାହୁଁଥିବେ ତେବେ ଆପଣ ୭୦୦୮୮୨୯୧୩୯ ଓ ୯୫୮୩୫୯୬୮୮୬ ନମ୍ବରକୁ ଯୋଗାଯୋଗ କରିପାରିବେ।