Odia News Portal

ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ


ଶୁକ୍ରବାରଠୁ ଦିଲ୍ଲୀର ସମସ୍ତ ସ୍କୁଲ ବନ୍ଦ । ରାଜଧାନୀରେ ବାୟୁ ପ୍ରଦୂଷଣ ପାଇଁ ଏପରି ନିଷ୍ପତି ନେଲେ କେଜ୍ରିୱାଲ ସରକାର । ପୂର୍ବରୁ ବାୟୁ ପ୍ରଦୂଷଣ ପାଇଁ ସ୍କୁଲ ବନ୍ଦ ଥିଲା । କିନ୍ତୁ କିଛି ଦିନ ତଳେ ସ୍କୁଲ ଖୋଲିବା ନିଷ୍ପତି ନେଇଥିଲେ ସରକାର । ଯାହାକୁ ନେଇ ଅପେକ୍ଷା କରିଥିଲେ ସୁପ୍ରିମକୋର୍ଟ । ଦିଲ୍ଲୀରେ ଗତ କିଛିଦିନ ହେବ ବାୟୁ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି । ଏକ୍ୟୁଆଇ ଦିଲ୍ଲୀରେ କିଛି ସ୍ଥାନରେ ବାୟୁ ପ୍ରଦୂଷଣ ସ୍ତର ୬୦୦ ପାର ହୋଇଥିଲା । ଦିଲ୍ଲୀର ବାୟୁ ପ୍ରଦୂଷଣ ନେଇ ସୁପ୍ରିମକୋର୍ଟ ସରକାରଙ୍କୁ ତାଗିଦ କରିଥିଲା । ଚାକିରିଆ ଲୋକ ଘରେ ବସି କାମ କରୁଥିବା ବେଳେ ଛୋଟ ପିଲା ମାନେ କଣ ପାଇଁ ସ୍କୁଲ ଯାଉଛନ୍ତି ଯାହାକୁ ନେଇ ରାଗିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟର ସମାଲୋଚନା ପରେ ସରକାର ହେି ନିଷ୍ପତି ନେଇଥିଲେ । ତେଣୁ ।ସନ୍ତା କାଲିଠୁ ଦିଲ୍ଲୀରେ ସମସ୍ତ ସ୍କୁଲ ବନ୍ଦ