Odia News Portal

ରାହୁଲ ତେବତିଆଙ୍କ ଲାଗି ଯୁକ୍ତି ବାଢ଼ିଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ: ଶ୍ରୀଲାଙ୍କା ଗସ୍ତ ଲାଗି ଗତକାଲି ଘୋଷଣା ହୋଇଛି ଭାରତୀୟ ଦଳ । ଧାୱନଙ୍କ ନେତୃତ୍ୱାଧିନ ଦଳରେ ବହୁ ଯୁବ ଖେଳାଳୀଙ୍କୁ ସ୍ଥାନ ମିଳିଛି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଦଳରେ ସାମିଲ କରାଯାଇଛି । ତେବେ ଆଇପିଏଲରେ ଏକ ଚର୍ଚ୍ଚିତ ଅଲରାଉଣ୍ଡର ରାହୁଲ ତେବତିଆଙ୍କୁ ଦଳରେ ନିଆଯାଇନାହିଁ । ଯାହାକୁ ନେଇ ଯୁକ୍ତି ବାଢ଼ିବା ସହ ଚୟନକର୍ତ୍ତାଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ଆକାଶ ଚୋପ୍ରୋ ।

ନିଜ ୟୁଟ୍ୟୁବ ଚ୍ୟାନେଲରେ ଆକାଶ କହିଛନ୍ତି କି ତେବତିଆଙ୍କ ଖେଳ ଉଚ୍ଚକୋଟିର ରହିଛି । ଦଳରେ ସାମିଲ ହୋଇଥିବା ୫ଜଣ ସ୍ପିନର ତଥା କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ରାହୁଲ ଚହର ଓ ବରୁଣ ଚକ୍ରବର୍ତ୍ତୀଙ୍କଠାରୁ ତେବତିଆ ଭଲ ଖେଳାଳୀ । ଏମାନେ କେହି ବି ଉପରେ ବ୍ୟାଟିଂ କରିବାର ଦକ୍ଷତା ନାହିଁ । ଯଦିଓ କେବଳ କୁନାଲ ପାଣ୍ଡ୍ୟାଙ୍କୁ ଛାଡିଦେଲେ ବାକି ସିଲେକ୍ସନ ହୋଇଥିବା ସ୍ପିନର କେହି ବି ଉପରେ ଖେଳିପାରିବେ ନାହିଁ । ଏଣୁ ତେବତିଆଙ୍କୁ ଦଳରେ ସାମିଲ କରିଥିଲେ ଦଳର ଭଲ ଲାଭ ହୋଇଥାଆନ୍ତା । ପୂର୍ବରୁ ଇଂଲଣ୍ଡ ଗସ୍ତରେ ଦଳରେ ସାମିଲ ହୋଇଥିବା ତେବତିଆ ବସିଥିଲେ । ତାଙ୍କୁ ଦଳରେ ଖେଳିବାର ସୁଯୋଗ ନଦେଲେ ଜଣେ ଭଲ ଖେଳାଳୀଙ୍କ କ୍ୟାରିୟର ନଷ୍ଟ ହୋଇଯିବ ବୋଲି ସେ ଯକୁ୍‌ତି ବାଢ଼ିଛନ୍ତି ।