Odia News Portal

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ କୁ ମିଳିଛି ଏକ ବଡ଼ ସଫଳତା

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ଅଞ୍ଚଳରେ ଯାନବାହାନ ଯାଞ୍ଚ କରୁଥିବା ବେଳେ ୨.୫ ଟନ୍ ବିସ୍ପୋରକ ଜବତ କରିବାରେ ସଫଳ ହୋଇଛି l ଯାହାର ଅତ୍ୟଧିକ ତଦନ୍ତ ପ୍ରକ୍ରିୟା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୃତ ବିଷୟ ଉପସ୍ଥାପନା କରିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଇ ପି ଏସ ରାମେନ୍ଦ୍ର ପ୍ରସାଦ l ସୂଚନା କ୍ରମେ ମୋଟ ପାଖାପାଖି ୧୦ ଟନ୍ ବିସ୍ପୋରକ ଯଥା ଜେଲଟିନ, ଡିଟନେଟର, ବିଦ୍ୟୁତ ତାର, କୋଡେକ୍ସ, ବେଟେରି, ନଗଦ ଟଙ୍କା ୨ ଲକ୍ଷ ୮୦ ହଜାର ଅନଲାଇନ ୧ ଲକ୍ଷ ,୬ ଟି ଆଇ ଫୋନ ମୋବାଇଲ, ଗୋଟିଏ ମାକ୍ସ ମହିନ୍ଦ୍ରା ପିକ୍ଅପ୍ ଏବଂ ଗୋଟିଏ ବ୍ୟକ୍ତିଗତ କାର୍ ସମସ୍ତ ଜବତ ହୋଇଛି l ଏଥିସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ ଯଥା   ଆଲୋକ, ଏଲିଆସ ଆଲବର୍ଟ,ହେମନ୍ତ ସେଠୀ, ଏହି ତିନି ଅଭିଯୁକ୍ତ କଳାହାଣ୍ଡି ଓ ଗୋପାଳପୁର ଥାନା  ଅଞ୍ଚଳ ର ତେବେ ଜବତ ପରେ ଗାଡି ଚାଳକ କୁ ଜେରା କରିବା ପରେ ସେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନ ଜଗନ୍ନାଥପୁର ରୁ ଏହି ସାମଗ୍ରୀ ଆଣିଥିବା କହିଥିଲା | ପରେ ତୁମୁଡିବନ୍ଧ ପୋଲିସ ଚମାଖଣ୍ଡି ପୁଲିସ ସହାୟତା ରେ ଗତକାଲି ରାତିରେ ଜଗନ୍ନାଥପୁର ଗ୍ରାମର ବି. ମୋହନ ରେଡି ଙ୍କ  ଆଦର୍ଶ ଗାଈ ଗୁହାଳ ରେ ଚଢ଼ାଉ କରିଥିଲା  | ଉକ୍ତ ଗୁହାଳ ରେ ୮ ଟନ୍ ବିପୁଳ ପରିମାଣ ର  ପଥର ବ୍ଲାଷ୍ଟ  ଡିଟୋନେଟର ଜବତ କରାଯାଇଥିଲା | ପରେ ଏକ ଟ୍ରକ ଯୋଗେ ତୁମୁଡିବନ୍ଧ ପୋଲିସ ନିଜ ଅଧିନରେ ଏହାକୁ ଆଣିଥିଲେ | ଗ୍ରାମ ର ଵି.ମୋହନ ରେଡ୍ଡୀ ଏହାକୁ ଭଡା ଦେଇଥିଲେ | ବ୍ରହ୍ମପୁର ଆମ୍ବପୁଅ ଅଂଚଳର ହେମନ୍ତ ସେଠୀ ଏହି ଗୁହାଳ କୁ ଭଡାରେ ନେଇଥିଲେ |  କୁକୁଡ଼ାଦାନl ରଖିବା ପାଇଁ ଦେଢ଼ ବର୍ଷ ହେଲା ଭଡା ନେଇଥିଲେ | ତାଙ୍କୁ ମଧ୍ୟ ତୁମୁଡିବନ୍ଧ ପୋଲିସ ଆରେଷ୍ଟ କରିଥିବା ଜଣାପଡିଛି |