Odia News Portal

ଅଭିନେତା ରାଜୀବ କପୁରଙ୍କ ପରଲୋକ

ନୂଆଦିଲ୍ଲୀ: ଋଷି କପୁର ଏବଂ ରଣଧୀର କପୁରଙ୍କ ସାନ ଭାଇ ରାଜୀବ କପୁରଙ୍କ ପରଲୋକ । ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସମୟରେ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ହଠାତ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଚେମ୍ବୁରର ଇନଲାକ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ମଙ୍ଗଳବାର ଦିନ ସକାଳ ସମୟରେ ରାଜୀବ କପୁର ହୃଦଘାତର ଶିକାର ହୋଇଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ନିକଟଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ରିଷି କପୁରଙ୍କ ପତ୍ନୀ ନୀତୁ କପୁର ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଜରିଆରେ ରାଜୀବଙ୍କ ମୃତ୍ୟୁର ଖବର ଦେଇଛନ୍ତି ।

ରାଜୀବ କପୁର ବଲିଉଡରେ ଅଭିନେତା, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଶମୀ କପୁର ଏବଂ ଶଶି କପୁର ରାଜୀବ କପୁରଙ୍କ ସଂପର୍କୀୟ ଥିଲା । ୧୯୮୩ରେ ଫିଲ୍ମ ‘ଏକ ଜାନ୍‌ ’ରୁ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହା ପରେ ୧୯୮୫ରେ ଫିଲ୍ମ ରାମ୍‌ ତେରୀ ଗଙ୍ଗା ମେଲୀର ରାଜୀବ ଲିଡ୍‌ ରୋଲରେ ନଜର ଆସିଥିଲା । ଯାହାକି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏହି ଫିଲ୍ମ ରାଜୀବଙ୍କ କ୍ୟାରିୟରେ ଏକ ପ୍ଲସ୍‌ ପଏଣ୍ଟ ଭାବେ ଗଣଯାଏ । ଏହାପରେ ଫିଲ୍ମ ଆସମାନ, ଲବର ବୟ, ଜବରଦସ୍ତ ଏବଂ ହମ ଚଲେ ପରଦେଶରେ ତାଙ୍କ ଭୂମିକା ଖୁବ୍‌ ଚର୍ଚ୍ଚାକୁ ଆସିଥିଲା ।