Odia News Portal

ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ କରୋନା ସଂକ୍ରମିତ ।ଆଜି ଖିଲାଡି କୁମାର କରୋନା ପିଜଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି ଖିଲାଡି କୁମାର ଅକ୍ଷୟ କୁମାର । କରୋନା ପଜିଟିଭ ଚିହ୍ନଟ ହେବା ପରେ ନିଜକୁ ସଙ୍ଗରୋଧରେ ରଖିଛନ୍ତି ।ଅକ୍ଷୟ ଡାକ୍ତରଙ୍କ ସହ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେଉଛନ୍ତି । ଏପରିକି ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବାକୁ କହିଛନ୍ତି ଅକ୍ଷୟ ।ତେବେ ଅକ୍ଷୟଙ୍କ ପୂର୍ବରୁ ଆଲିୟା ଭଟ୍ଟ, ରଣବୀର କପୁର,ସଞ୍ଜୟଲୀଳା ଭଂସାଲି ଆଦି ମଧ୍ୟ କରୋନାରେ ସଂକ୍ରମିତ ହୋଇ ସାରିଛନ୍ତି ।