Odia News Portal

ପୁତ୍ର ସନ୍ତାନର ବାପା ହେଲେ ଓଲିଉଡ଼ ଷ୍ଟାର ବାବୁଶାନ୍

ଭୁବନେଶ୍ବର: ପୁତ୍ର ସନ୍ତାନର ବାପା ହୋଇଛନ୍ତି ଓଲିଉଡ଼ ଷ୍ଟାର ବାବୁଶାନ୍। ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ବାବୁଶାନ୍ ଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏନେଇ ସୋସିଆଲ୍‌ ମିଡିଆରେ ପୁଅର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହାପରେ ଓଲିଉଡ କ୍ଷେତ୍ରରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ଏନେଇ ଜଣେ ଓଲିଉଡ ପ୍ରଯୋଜକ ଏବଂ ଫିଲ୍ମ ପିଆର୍‌ଓ ସୂଚନା ଦେଇଛନ୍ତି ସନ୍ଧ୍ୟା ୬ରୁ ୭ଟାରେ ମଧ୍ୟରେ ବାବୁଶାନଙ୍କ ପୁଅ ହୋଇଥିବା ଖବର ଆସିଥିଲା । ଉଭୟେ ମା’ ଏବଂ ପୁଅ ସୁସ୍ଥ ଅଛନ୍ତି । ଦୁଇଦିନ ତଳେ ବାବୁଶାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲା ବେଳେ ଆସନ୍ତା ୨ଦିନ ମଧ୍ୟରେ ଡିସ୍‌ଚାର୍ଜ ହେବେ । କରୋନା କଟକଣା ଥିବାରୁ କେହି ହସ୍ପିଟାଲ୍‌ ଯାଇପାରିନାହାନ୍ତି କେବଳ ଫୋନ୍‌ ଯୋଗେ ଏହି ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାବୁଶାନ୍ ଗତ ୨୦୧୪ ମସିହାରେ ତୃପ୍ତି ଶତପଥୀଙ୍କୁ ବିବାହ କରିଥିଲେ ।