Odia News Portal

ଜାଣନ୍ତୁ କେଉଁ ରାଶିର ଝିଅଙ୍କୁ କେମିତି ବର ମିଳନ୍ତି

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ବର କନ୍ୟାକୁ ନେଇ ବହୁ କିଛି କଥା ବର୍ଣ୍ଣନା କରାଯାଇଛି। ରାଶି ଅନୁଯାୟୀ କୁଆଁରୀ ଝିଅ ମାନଙ୍କୁ କିଭଳି ବର ମିଳିବ ତାହା ମଧ୍ୟ ବର୍ଣ୍ଣନା କରାଯାଇଛି………..
ମେଷ – ଏହି ରାଶିର ଝିଅଙ୍କୁ ସୁନ୍ଦର ଓ ଶିକ୍ଷିତ ଜୀବନ ସାଥି ମିଳିଥାଆନ୍ତି। ଏହାସହ ଏମାନଙ୍କ ଜୀବନ ସାଥି ଧାର୍ମିକ ସ୍ୱଭାବର ମଧ୍ୟ ଅଟନ୍ତି।
ବୃଷ – ଏହି ରାଶିର କନ୍ୟା ମାନଙ୍କୁ ପରିଶ୍ରମୀ ଓ ବହୁ ସଙ୍ଘର୍ଷ କରି ସଫଳତା ପାଇଥିବା ଜୀବନ ସାଥି ମିଳିଥାଆନ୍ତି।
ମିଥୁନ – ଏହି ରାଶିର ଝିଅ ମାନଙ୍କୁ ଉତ୍ତମ ଜୀବନ ସାଥି ମିଳିଥାଆନ୍ତି। ମାତ୍ର ସେମାନେ କଥା କଥାରେ କ୍ରୋଧ କରିଥାଆନ୍ତି।
କର୍କଟ – ଏହି ରାଶିର କନ୍ୟା ମାନଙ୍କୁ ସେମାନଙ୍କ ଜୀବନ ସାଥି ଖୁବ ସମ୍ମାନ କରିଥାଆନ୍ତି। ମାତ୍ର ତାଙ୍କ ଇଚ୍ଛା ମୁତାବକ କାର୍ୟ୍ୟ ନହେଲେ ଏମାନେ କ୍ରୋଧ କରିଥାଆନ୍ତି।
ସିଂହ – ଏହି ରାଶିର ଝିଅ ମାନଙ୍କୁ ସମ୍ମାନ ଓ ଯତ୍ନ ନେଉଥିବା ଜୀବନ ସାଥି ପ୍ରାପ୍ତି ହୋଇଥାଆନ୍ତି। ଏହା ସହ ଏମାନଙ୍କୁ ଉତ୍ତମ ସନ୍ତାନ ମଧ୍ୟ ପ୍ରାପ୍ତି ହୋଇଥାଏ।
କନ୍ୟା – ଏହି ରାଶିର କନ୍ୟା ମାନଙ୍କୁ ଚଞ୍ଚଳ ସ୍ୱଭାବ ଓ ସୁନ୍ଦର ଜୀବନ ସାଥି ମିଳିଥାଆନ୍ତି।
ତୁଳା – ଏହି ରାଶିର ଝିଅ ମାନଙ୍କୁ ଜୀବନ ସାଥି ମାନେ କଥା କଥାରେ ରାଗି ଯାଆନ୍ତି। ମାତ୍ର ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ଖୁବ ଯତ୍ନବାନ ଅଟନ୍ତି।
ବିଛା – ଏହି ରାଶିର ଝିଅ ମାନଙ୍କୁ ଉତ୍ତମ କଥାବାର୍ତ୍ତା ଓ ଦାୟିତ୍ୱବାନ ଜୀବନ ସାଥି ମିଳିଥାଆନ୍ତି।
ଧନୁ – ଏହି ରାଶିର କନ୍ୟା ମାନଙ୍କ ଜୀବନ ସାଥି ଉତ୍ତମ ବିଚାରର ହୋଇଥାଆନ୍ତି। ଏହାସହ ନିଜ ପତ୍ନୀଙ୍କ ପ୍ରତ୍ୟେକ ଖୁସିର ପାଇଁ ଯତ୍ନବାନ ଅଟନ୍ତି।
ମକର – ଏହି ରାଶିର ଝିଅ ମାନଙ୍କୁ ଉତ୍ତମ ସ୍ୱଭାବର ଜୀବନ ସାଥି ମିଳିଥାଆନ୍ତି। ଏହାସହ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଖୁବ ଦୃଢମନୋଭାବରେ ସାମ୍ମନା କରିଥାଆନ୍ତି।
କୁମ୍ଭ – ଏହି ରାଶିର ଝିଅ ମାନଙ୍କ ଜୀବନସାଥି ଦାୟିତ୍ୱବାନ ଅଟନ୍ତି। ଖୁବ ସହଜରେ ସମସ୍ୟାକୁ ସାମ୍ମନା କରିଥାଆନ୍ତି।
ମୀନ – ଏହି ରାଶିର କନ୍ୟାଙ୍କୁ ସୁନ୍ଦର ଓ ଆର୍ଥିକ କ୍ଷେତ୍ରରେ ସମ୍ପନ୍ନ ଜୀବନସାଥି ମିଳିଥାଆନ୍ତି।