Odia News Portal

ଜାଣନ୍ତୁ ଦାଢ଼ି ରଖିଥିବା ପୁରୁଷ କାହିଁକି ଝିଅଙ୍କ ପସନ୍ଦ

ଭୁବନେଶ୍ୱର: ସାଧାରଣତଃ ମହିଳାମାନଙ୍କର ହ୍ୟାଣ୍ଡସମ୍ ପୁରୁଷମାନେ ହିଁ ପସନ୍ଦ ହୋଇଥାଆନ୍ତି । ହେଲେ ହ୍ୟାଣ୍ଡସମ୍ ପୁରୁଷମାନଙ୍କ ଭିତରୁ ଦାଢ଼ି ରଖିଥିବା ପୁରୁଷମାନେ ହେଉଛନ୍ତି ମହିଳାଙ୍କର ପ୍ରଥମ ପସନ୍ଦ । ଯଦି ଆପଣଙ୍କୁ ବି ସେମିତି କିଛି ପସନ୍ଦ ତାହେଲେ ସ୍କ୍ରଲ କରନ୍ତୁ ଆଉ ଏ ରିପୋର୍ଟକୁ ପଢ଼ନ୍ତୁ । ଜାଣନ୍ତୁ ମହିଳାଙ୍କର କାହିଁକି ପସନ୍ଦ ଦାଢ଼ି ରଖିଥିବା ପୁରୁଷ ।

କିଛିଦିନ ତଳେ ଲାଇଫ ଷ୍ଟାଇଲକୁ ନେଇ ଏକ ରିସର୍ଚ୍ଚ କରାଯାଇଥିଲା । ଏହି ରିସର୍ଚ୍ଚରେ ଜଣାପଡିଛି କି ମହିଳାମାନେ ଲମ୍ବା ଦାଢି ଥିବା ପୁରୁଷଙ୍କ ପ୍ରତି ଅଧିକ ଆକୃଷ୍ଟ ହୋଇଥାନ୍ତି । ଏହି ରିସର୍ଚ୍ଚ ଲମ୍ବା ଦାଢି ଥିବା ପୁରୁଷଙ୍କୁ ନେଇ କରାଯାଇଥିଲା । ଯେଉଁଥଇରୁ ଜଣାପଡିଛି ଯେ, ଦାଢ଼ି ରଖିଥିବା ପୁରୁଷମାନେ ଲମ୍ବା ସମୟ ପର୍ୟ୍ୟନ୍ତ ରିଲେସନସିପରେ ରହିଥାନ୍ତି । ରିସର୍ଚ୍ଚରେ ଆହୁରି ମଧ୍ୟ କୁହାଯାଇଛି, ଦାଢି ରଖିଥିବା ପୁରୁଷମାନେ ଲଙ୍ଗ ଟର୍ମ ରିଲେସନଶିପ ପାଇଁ ଉପଯୁକ୍ତ ଥାନ୍ତି ।

ସାଧାରଣତଃ ପୁରୁଷମାନେ ବିନା ଦାଢିରେ ରହିବାକୁ ପସନ୍ଦ କରନ୍ତି । ହେଲେ ପୂର୍ବ କିଛି ବର୍ଷର ଟ୍ରେଣ୍ଡ୍ ଅନୁଯାୟୀ ଏବେ ଦାଢି ରଖିବାର ଷ୍ଟାଇଲ ବଦଳିଛି । ଏବେ ପୁରୁଷମାନେ ବିନା କୌଣସି ଚିନ୍ତାରେ ଦାଢି ବଢାଇବାରେ ଲାଗିଛନ୍ତି । କିଏ ଟ୍ରିମ୍ କରି ଦାଢ଼ି ରଖୁଛି, କିଏ ଫ୍ରେଞ୍ଚ କଟ୍ ରଖୁଛି ପୁଣି କିଏ ଲମ୍ବା ଦାଢ଼ି ରଖୁଛି । ଏପରିକି ଦାଢ଼ି ରଖିବା ଏକ ପ୍ରକାର ରୁଚିରେ ବଦଳି ଯାଇଛି ପୁରୁଷଙ୍କ ପାଇଁ । ଦାଢ଼ି ବଢ଼ାଇବା ପାଇଁ ପୁରୁଷମାନେ ସ୍ୱତନ୍ତ୍ର ତେଲ ଓ କ୍ରିମ ମଧ୍ୟ ବ୍ୟବହାର କରୁଛନ୍ତି ।

ସୂଚନାଯୋଗ୍ୟ, ଜେନେରାଲ ଅଫ ଇବଲ୍ୟୁସନ ବାୟାଲୋଜିରେ ଏଡି ରିସର୍ଚ୍ଚର ରିପୋର୍ଟ ପ୍ରକାଶ ପାଇଛି । ଦ ମସ୍କୋଲିନିଟି ପାରାଡକ୍ସରେ ୮,୫୨୦ ଜଣ ମହିଳାଙ୍କୁ ନେଇ ଏହି ରିସର୍ଚ୍ଚ କରାଯାଇଥିଲା । ରିସର୍ଚ୍ଚ ସମୟରେ ମହିଳାଙ୍କୁ ଦାଢି ରଖିଥିବା ପୁରୁଷ ଓ ବିନା ଦାଢି ଥିବା ପୁରୁୁଷଙ୍କୁ ରେଟିଙ୍ଗ ଦେବା ପାଇଁ କୁହାଯାଇଥିଲା । ଏହି ରେଟିଙ୍ଗରେ ଜଣାପଡିଛି ଦାଢିଥିବା ପୁରୁଷଙ୍କୁ ଅଧିକ ରେଟିଙ୍ଗ ମିଳିଛି । ଅର୍ଥାତ ମହିଳାମାନେ ଅଧିକ ଦାଢି ଥିବା ପୁରୁଷଙ୍କୁ ପସନ୍ଦ କରୁଛନ୍ତି । ଯଦି ଲଙ୍ଗ ଟର୍ମ ରିଲେସନଶିପର କଥା ଆସୁଛି ତାହାଲେ ମହିଳାମାନେ ଦାଢି ଥିବା ପୁରୁଷଙ୍କ ଉପରେ ଅଧିକ ଭରସା କରୁଛନ୍ତି । ଏହାସହ ତାଙ୍କ ଆଡକୁ ବେଶି ଆର୍କଷିତ ମଧ୍ୟ ହେଉଛନ୍ତି । ଯେଉଁ ପୁରୁଷମାନେ ଅଧିକ ଦାଢି ରଖିଛନ୍ତି ମହିଳାମାନେ ସେମାନଙ୍କୁ ଅଧିକ ଭରସାଯୋଗ୍ୟ, ମସ୍କୁଲିନ୍, ମ୍ୟାରେଜ ମେଟେରିଆଲ ବୋଲି କହିଛନ୍ତି ।

ଏହାସହ ମହିଳାମାନେ ସେହି ପୁରୁଷମାନଙ୍କୁ ପସନ୍ଦ କରନ୍ତିନି ଯେଉଁମାନେ ଅଧିକ ଫେମିନିନ୍ ଓ ଅଧିକ ମସ୍କୋଲିନ ହୋଇଥାନ୍ତି । ବିନା ଦାଢି ଥିବା ପୁରୁଷଙ୍କୁ ସେମାନେ ଭରସା କରିପାରନ୍ତି ନାହିଁ । ସେମାନଙ୍କୁ ଲାଗେ ବିନା ଦାଢି ଥିବା ପୁରୁଷ ଅଧିକ ଦିନ ରିଲେସନସିପରେ ତିଷ୍ଠି ପାରନ୍ତି ନାହିଁ । ଯଦି ଆପଣ ଜଣେ ମହିଳା ତାହାହେଲେ ଏ ରିପୋର୍ଟ ପଢ଼ି ସାରିବା ପରେ ଆପଣ ଜାଣି ସାରିଥିବେ, ଆପଣଙ୍କ କିଏ ବେଶୀ ପସନ୍ଦ । ଦାଢ଼ି ରଖିଥିବା ନା କ୍ଲିନ ସେଭ୍ ରେ ରହୁଥିବା ପୁରୁଷ ।