Odia News Portal

ଚା’ ପିଉଥିଲେ ଧ୍ୟାନ ଦିଅନ୍ତୁ…

ଭୁବନେଶ୍ୱର: ଚା’ ଏମିତି ଏକ ପାନୀୟ ଯାହା ଆମ ଭାରତୀୟ ମାନଙ୍କର ସବୁଠାରୁ ଅଧିକ ପସନ୍ଦ । ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଦିନେ ଚା’ ନପିଇ ରହିପାରିବେ ନାହିଁ । ଅଧିକାଶଂ ଲୋକଙ୍କ ସକାଳ ଚା’ରୁ ହିଁ ଆରମ୍ଭ ହେଇଥାଏ । ପୂର୍ବରୁ ଏକ ରିସର୍ଚରୁ ଜଣା ପଡିଥିଲା ଯେ ଚା’ ପିଉଥିବା ଲୋକଙ୍କ ମତିଷ୍କ, ଚା’ ନପିଉଥିବା ଲୋକଙ୍କ ମତିଷ୍କ ଠାରୁ ଅଧିକ ସୁସ୍ଥ ହୋଇଥାଏ।

କିନ୍ତୁ ବର୍ତ୍ତମାନ ଚା’ ଯଦି ପିଉଛନ୍ତି ତାହାଲେ ହୋଇଯାଆନ୍ତୁ ସାବଧାନ । ସାଧାରଣତଃ ଲୋକମାନଙ୍କୁ ଚା’ କିମ୍ବା କଫି ଗରମ ପିଇବାକୁ ଭଲ ଲାଗିଥାଏ । କିନ୍ତୁ ଆପଣ ମାନଙ୍କୁ ଜାଣି ଆଶ୍ଚର୍ୟ୍ୟ ଲାଗିବ ଯେ ଗରମ ଚା’ ପିଇବା ଦ୍ୱାରା ଆମକୁ କ୍ୟାନସର ଭଳି ଭୟଙ୍କର ରୋଗ ହେବାର ସମ୍ଭାବନା ରହିଥାଏ ।

ଏହା ଏକ ରିସର୍ଚରୁ ଜଣା ପଡିଛି ଯେ ଚା’ କିମ୍ବା କଫି ଗରମ ପିଇବା ଦ୍ୱାରା ଆମ ଖାଦ୍ୟ ନଳୀ ବା ଇସୋଫେଗଲ କ୍ୟାନସର ହେବାର ସମ୍ଭାବନା ଅଧିକ ହୋଇଥାଏ । ଗରମ ଚା’ର ତାପମାତ୍ରା ୭୫ଡିଗ୍ରୀରୁ ଅଧିକ ହୋଇଥାଏ । ସବୁଦିନ ୭୫ଡିଗ୍ରୀ ଗରମ ଚା’ ବା ଗରମ ପାନୀୟ ପିଉବା ଦ୍ୱାରା ଆମ ଖାଦ୍ୟ ନଳୀକୁ ଅଧିକ କ୍ଷତି ପହଞ୍ଚିଥାଏ ଯାହା ଫଳରେ ଇସୋଫେଗଲ ବା ଖାଦ୍ୟ ନଳୀ କ୍ୟାନସର ହେବାର ସମ୍ଭାବନା ଦ୍ୱିଗୁଣିତ ହୋଇଯାଏ ।

ସେଥିପାଇଁ ଅଧିକ ଗରମ ଚା’ କିମ୍ବା କଫି ଆମ ଶରୀର ପକ୍ଷେ କ୍ଷତିକାରକ ହୋଇଥାଏ । ତେଣୁ ଆପଣ ଯଦି ନିୟମିତ ଚା’ ପିଉଛନ୍ତି ତେବେ ଅଧିକ ଗରମ ଚା’ ପିଅନ୍ତୁ ନାହିଁ କିମ୍ବା ଚା’କୁ ଥଣ୍ଡା କରି ପିଅନ୍ତୁ ।