Odia News Portal

କୋରାପୁଟରେ ଆରମ୍ଭ ହେବ ନୂଆ ଅଧ୍ୟାୟ

ଶନିବାର ବିଏସକେଓ୍ୱାଇରେ ଯୋଡିହୋଇଛି କୋରାପୁଟ । କୋରାପୁଟ ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ସଭାଗୃହରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ୧୦ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରିବେ।
ଜିଲ୍ଲାରେ ମୋଟ ୩ ଲକ୍ଷ ୭୦ ହଜାର କାର୍ଡ ବଣ୍ଟନ କରାଯିବ। ଜିଲ୍ଲାର ୧୨ ଲକ୍ଷ ଲୋକେ ଏହି ଯୋଜନାରେ ସୁବିଧା ପାଇ ପାରିବେ। ଲୋକେ କିଭଳି ସୁବିଧାରେ ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ ପାଇପାରିବେ ସେ ନେଇ ପଞ୍ଚାୟତ ଓ ବ୍ଲକ ସ୍ତରରେ ବ୍ୟବସ୍ଥା କରାଯାଇଛି। ସ୍ମାର୍ଟ କାର୍ଡର କଣ ସୁବିଧା ମିଳିବ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି । ଏହାଦ୍ବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଉନ୍ନତ ସ୍ଵାସ୍ଥ୍ୟ ସେବା ପାଇପାରିବେ ।.