Odia News Portal

ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟରଙ୍କ ଘରେ ଚଢାଉ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାରିପଦା ଆଇଟିଡିଏ ଆସିଷ୍ଟାଣ୍ଡ ଇଂଜିନିୟର ସନ୍ତୋଷ କୁମାର ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୧୧ଟି ବଡ଼ ଧରଣର ଚଢ଼ାଉ କରୁଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୧୦ ଜଣ ଡିଏସପି, ୪ଜଣ ଇନିସ୍ପେକ୍ଟର ଓ ୩୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।

ଭୁବନେଶ୍ୱରରେ ୩ଟି, ବାଲେଶ୍ଵରର ୫ଟି ଓ ମୟୁରଭଞ୍ଜର ୩ଟି ସ୍ଥାନରେ ଏକକାଳୀନ ପଞ୍ଝା ମାରିଛି ଭିଜିଲାନ୍ସ । ଚଢାଉ ବେଳେ ତାଙ୍କ ଘରୁ ନଗଦ ୧୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି । କେବଳ ଏତିକି ନୁହେଁ ଭୁବନେଶ୍ୱର ବଡ଼ଗଡ଼ରେ ୫୬ ଲକ୍ଷର ଏକ ମହଲା କୋଠା ଠାବ କରାଯାଇଛି ।

ସେହିପରି ବାଲେଶ୍ଵର ବାଗବୃନ୍ଦାବନରେ ୪ ମହଲା ଘର ରହିଛି । ବାଲେଶ୍ୱର ବାଲିଆପାଳରେ ଥିବା ପୈତୃକ ଘର, ସଦର ଅଞ୍ଚଳରେ ସମ୍ପର୍କୀୟଙ୍କ ଘର, ବାଲେଶ୍ଵର ଏଲଆଇସି କଲୋନୀରେ ସମ୍ପର୍କୀୟଙ୍କ ଭଡା ଘର, ବାଲେଶ୍ଵର ବାଲିଆପାଳରେ ସମ୍ପର୍କୀୟଙ୍କ ଘରେ ବି ରେଡ୍ ହୋଇଛି ।