Odia News Portal

ଗୁଟଖା ଛାଡ଼ିବାର ଘରୋଇ ଉପଚାର

ଭୁବନେଶ୍ୱର: ଆଜିକାଲି ତମାଖୁ ଖାଇବାଟା ଯୁବପିଢ଼ୀଙ୍କ ଏକ ଷ୍ଟାଇଲ ହୋଇଗଲାଣି । ତେବେ ବୟସ୍କ ଲୋକେ ମଧ୍ୟ ବିଭିନ୍ନ ତମାଖୁ ସେବନ କରିଥାନ୍ତି । ତମାଖୁ ସେବନ ଦ୍ୱାରା କ୍ୟାନସରରେ ପିଡିତ ହେବା କଥା ସମସ୍ତେ ଜାଣି ମଧ୍ୟ ଖାଉଛନ୍ତି । କାରଣ ଥରେ ଅଭ୍ୟାସରେ ପଡିଯିବା ପରେ ଆଉ ଛାଡ଼ି ପାରନ୍ତି ନାହିଁ । ଆଉ ଶେଷରେ ତାହା ଶରୀର ଲାଗି ହାନୀକାରକ ହୋଇଥାଏ ।

ଗବେଷଣା ଅନୁଯାୟୀ ଗୋଟେ ସିଗାରେଟ୍ ପିଇବା ଦ୍ୱାରା ଜୀବନର ୧୧ ମିନିଟ୍ କମି ଯାଇଥାଏ । ସେଥିପାଇଁ ଦୁନିଆରେ ୬ ସେକେଣ୍ଡରେ ଜଣଙ୍କର ମୃତ୍ୟୁ ହେଉଛି । ଯଦି ଆପଣ ବି ଏହି ଖରାପ ଅଭ୍ୟାସରେ ଲିପ୍ତ ଅଛନ୍ତି ତେବେ ଏହି ଅଭ୍ୟାସକୁ ତୁରନ୍ତ ବନ୍ଦ କରନ୍ତୁ । ତେବେ ଆଜି ଆମେ ଆମର ଲେଖା ମାଧ୍ୟମରେ ଜଣାଇବୁ ତମାଖୁ ଛାଡ଼ିବାର ଘରୋଇ ଉପଚାର ।

ହର୍ବାଲ ଚା: ହର୍ବାଲ ଚା ପିଇବା ଦ୍ୱାରା ତମାଖୁ ସେବନ ଅଭ୍ୟାସ ଧୀରେ ଧୀରେ ଦୂର ହୋଇଥାଏ ।କ୍ୟାମୋମାଇଲ ଏବଂ ବ୍ରାହ୍ମି ମିଶ୍ରିତ ହର୍ବାଲ ଚା ଅଧିକ ଲାଭଦାୟକ ହୋଇଥାଏ ।
ଜୁଆଣି: ତମାଖୁ ଅଭ୍ୟାସରୁ ରକ୍ଷା ପାଇବାକୁ ହେଲେ ଜୁଆଣି ବହୁତ ଭଲ କାମ କରିଥାଏ ।ଭଜା ଜୁଆଣି ଖାଇବା ଦ୍ୱାରା ଧୀରେ ଧୀରେ ଏହି ଅଭ୍ୟାସ ଦୂର ହୋଇଥାଏ । ଏହାଦ୍ୱାରା ପାଚନ ତିନ୍ତ୍ରରେ ଫାଇଦା ହେବା ସହ ଏସିଡିଟି ସମସ୍ୟା ଦୂର ହୋଇଥାଏ ।
ଅଦା: ଯେତେବେଳେ ଆପଣଙ୍କୁ ତମାଖୁ ସେବନ କରିବାକୁ ଇଛା ହେଉଛି ସେହି ସମୟରେ ପାଟିରେ ଅଦା ଖଣ୍ଡେ ପକାଇ ଧୀରେ ଧୀରେ ଚୁଷନ୍ତୁ । ଏହାଦ୍ୱାରା ଧୀରେ ଧୀରେ ଅଭ୍ୟାସ ଦୂର ହେବ । ସେଥିପାଇଁ ଅଦାକୁ ଛୋଟ ଛୋଟ ଖଣ୍ଡ କରି ସେଥିରେ ଲେମ୍ବୁ ଓ ଲୁଣ ମିଶାଇ ଖରାରେ ଶୁଖାଇ ଦିଅନ୍ତୁ । ଅଦାରେ ସଲଫର୍ ଥାଏ ଯାହା ଏହି ଅଭ୍ୟାସକୁ ଦୂର କରିବାରେ ସାହାଯ୍ୟ କରେ ।

ମହୁ ଓ ଲେମ୍ବୁ: ଲେମ୍ବୁ ରସର ମହୁ ମିଶାଇ ପିଇବା ଦ୍ୱାରା ତମାଖୁ ସେବନ ଅଭ୍ୟାସ ଦୂର ହୋଇଥାଏ ।

ଅଁଳା, ପାନମଧୁରୀ ଏବଂ ଗୁଜୁରାତି: ଏହି ତିନୋଟି ଚୂର୍ଣ୍ଣର ମିଶ୍ରଣ ବି ନିଶା ଦୂର କରିବାରେ ଖୁବ୍ ସହାୟକ ହୋଇଥାଏ ।
ତୁଳସୀ: ଆର୍ୟୁୁବେଦରେ ତଳୁସୀର ବିଶେଷ ମହତ୍ୱ ରହିଛି । ତମାଖୁରୁ ରକ୍ଷା ପାଇବାରେ ବି ଏହା ବହୁତ ଉପଯୋଗୀ ହୋଇଥାଏ । ସେଥିପାଇଁ ସକାଳୁ ଏବଂ ସଂଧ୍ୟାରେ ୨-୩ ଟି ତୁଳସୀ ପତ୍ର ଚୋବାନ୍ତୁ ।