Odia News Portal

ଗଛକଟାରୁ ଗୋଷ୍ଠୀ ସଂଘର୍ଷ

ବାଲେଶ୍ୱର: ବାଲିଆପାଳ ଥାନା ଅନ୍ତର୍ଗତ ଜାମୁକୁଣ୍ଡା ପଂଚାୟତ ସାନତାଳପଦା ଗ୍ରାମ ରେ ଗଛ କଟାକୁ କେନ୍ଦ୍ର କରି ଜାୟନିକ ଯୁକକଙ୍କୁ ସାଙ୍ଗବଧ ଭାବେ ଆକ୍ରମଣ । ସୂଚନାଯୁଗ୍ୟ ସାନତାଳପଦା ଗ୍ରାମର ଜଳଧର ଜେନାଙ୍କ ପୁଅ ଜୟନ୍ତ ଜେନାଙ୍କୁ ସଙ୍ଗବଧ ଭାବେ ଆକ୍ରମଣ ତାଙ୍କ ଘର ପାଖରେ ଥିବା ଅନିଲ ପ୍ରଧାନ ବାଡ଼ିରେ ମନ୍ଦାର ଫୁଲ ଗଛର ଡାଳ ଜଳଧରଙ୍କ ଝରକା ଭିତରେ ଦେଇ ଘର ଭିତରକୁ ପଶିଯାଇ ଥିଲା । ଏନେଇ ଜଳଧର ଙ୍କ ପୁଅ ଜୟନ୍ତ ଅନିଲ ପ୍ରଧାନଙ୍କୁ ଗଛ ଡାଳ କାଟି ନେବାକୁ ବାରମ୍ବାର କହିଥିଲେ ମଧ୍ୟ ସେ ଶୁଣିନଥିଲେ ।

ଏଣୁ ବାଧ୍ୟ୍ୟ ହୁଇ ଜୟନ୍ତ ଗଛ ଡାଳ ଘର ପାଖରୁ କଟି ଦେଏଥିଲେ ଏହି ସମୟରେ ଅନିଲ ପ୍ରଧାନ(ପିଣ୍ଟୁ),ସ୍ତ୍ରୀ ପଦିନୀ ପ୍ରଧାନ,ପୁଅ ଚିନ୍ମୟ ପ୍ରଧାନ,ସ୍ତ୍ରୀ ସଂନ୍ଧ୍ୟାରାଣୀ ପ୍ରଧାନ ସେହି ଗ୍ରାମର ଗୁଣ୍ଡା ଶେଣିର ଲୌକ ଆଣିଥିଲେ । ସେମାନେ ହେଲେ ରବି ପ୍ରଧାନ ପିତା ଟୁନା ପ୍ରଧାନ,ତନୁ ଦାସ ପିତା କାମନା ଦାସ,ଏହି ପାଞ୍ଚ ଜଣ ବ୍ୟାକ୍ତି ଖଣ୍ଡା, ଶାବଳ, କତି, ଦାଉଲି ଧରି ଆସି ଅଶିଳ ଭାଷା ରେ ଗାଳିଗୁଲଜ କରି ଜଳଧର ପ୍ରଧାନଙ୍କ ସାନପୁଅଙ୍କୁ ପିଟିବା ଆରମ୍ଭ କରିଥିଲେ । ଏହା କୁ ଦେଖି ବଡପୁଅ ଜୟନ୍ତ ଦୌଡ଼ି ଯାଇଥିଲେ ସାନ ଭାଇ ଙ୍କୁ ବଂଚିବା ପାଇଁ କିନ୍ତୁ ସେମାନେ ସାନ ପୁଅ ଛାଡିକି ଜୟନ୍ତ ଙ୍କୁ ଶାବଳ ରେ ଛାତିକୁ ଭୁସୀ ଥିଲେ ଓ ମୁହଁ କୁ ମଧ୍ୟ ଭୁଷା ମାରିବା ପରେ ଜୟନ୍ତ ବେହୁଷ ହୁଇ ଯାଇଥିଲି ତାଙ୍କୁ ଘୁସାରୀ ପାଖରେ ଥିବା ନଦୀକୁ ଫୋପାଡି ଦେଇ ଯାଇ ଥିଲେ ଏବଂ ଯିବା ବେଳେ ଜୟନ୍ତଙ୍କ ଦୁଇ ଟି ସୁନା ମୁଦୀ ଓ ସୁନା ହର ନେଇଯାଇଥିଲେ କହିଯାଇ ଥିଲେ ପରିବାର ସମସ୍ତଙ୍କୁ ଗୁଳି କରି ମାରିଦେବା ପରିବାର ଲୌକେ ଜୟନ୍ତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୁଗେ ବାଲିଆପାଳ ଗୁଷ୍ଟିସ୍ୱସ୍ଥ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କର ସ୍ୱସ୍ଥ ଅବସ୍ଥା ସଙ୍କଟାପ୍ରନ ହୁଇଥିବାରୁ ତାଙ୍କୁ ପରିବାର ଲୌକ ବାଲେଶ୍ୱର ସ୍ଥାନ୍ତାରିତ କରିଥିଲେ ଜୟନ୍ତ ମା ଅନଂପୃନା ବାଲିଆପାଳ ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ବାଲିଆପାଳ ପୁଲିସ ଘଟଣାର ଛାନଭିନ କରୁଛି ।