Odia News Portal

ବାଚସ୍ପତି ନିର୍ବାଚନ: ନିଃଦ୍ଵନ୍ଦରେ ନିର୍ବାଚିତ ହେବେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ

ଆଜି ବାଚସ୍ପତି ନିର୍ବାଚନ । ତେବେ ବାଚସ୍ପତି ନିର୍ବାଚନ ନେଇ ପ୍ରଥୀ ପତ୍ର ଦାଖଲ ଶେଷ ହୋଇଥିବା ବେଳେ, ଆଜି ଅନୁଷ୍ଠିତ ହେବ ନିର୍ବାଚନ । କେବଳ ଶାସକ ଦଳ ପକ୍ଷରୁ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଫଳରେ ସେ ବାଚସ୍ପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇପଡିଛି । ତେଣୁ ଆଉ ନିର୍ବାଚନର ଅବାଶ୍ୟକ ପଡିବ ନାହିଁ ।

୧୦ ତାରିଖରେ ନାମାଙ୍କନ ଭରିଥିଲେ ବିକ୍ରମ ଆରୁଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକ୍ରମଙ୍କ ପ୍ରସ୍ତାବକ ରହିଛନ୍ତି । ଦଳର ବରିଷ୍ଠ ନେତା ଏବଂ ମନ୍ତ୍ରୀଙ୍କ ଗହଣରେ ଯାଇ ବିକ୍ରମ କେଶରୀ ଆରୁଖ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।

ଖବର ଅନୁଯାୟୀ, ୧୯୯୫ରେ ପ୍ରଥମ ଥର ପାଇଁ ବିକ୍ରମ ଆରୁଖ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜନତା ଦଳ ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ ମସିହାରୁ ଲଗାତର ଭାବେ ବିଜେଡି ଟିକେଟ୍ ରୁ ସେ ଜିତି ଆସୁଛନ୍ତି । ୨୦୦୯ରେ ଚତୁର୍ଥ ଥର ବିଧାୟକ ହେବା ପରେ ପ୍ରଥମ ଥର ପାଇଁ ତାଙ୍କୁ ମନ୍ତ୍ରୀପଦ ମିଳିଥିଲା । ବିକ୍ରମ ଆରୁଖ ଗ୍ରାମ୍ୟ ଉନ୍ନୟନ ଓ ଆଇନ ବିଭାଗ ମନ୍ତ୍ରୀ ହୋଇଥିଲେ। ଏହା ପରଠାରୁ ଆରୁଖ ଆଇନ, ସଂସଦୀୟ ବ୍ୟାପାର, ଜଙ୍ଗଲ ଓ ପରିବେଶ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ସମ୍ଭାଳି ଆସିଥିଲେ । ଗଞ୍ଜାମ ଜିଲ୍ଲାରୁ ବିକ୍ରମ ଆରୁଖ ହିଁ ଦୀର୍ଘ ୧୩ ବର୍ଷରୁ ଅଧିକ ସମୟ ହେଲା ମନ୍ତ୍ରୀ ପଦରେ ରହି ଆସିଥିଲେ ।