Odia News Portal

ପାକ୍ ପତ୍ରକାରଙ୍କ ବିବାଦୀୟ ପ୍ରଶ୍ନ, ରାଗିଲେ ବିରାଟ୍

ନିରାଶ କଲା ଭାରତ । ଦୁବାଇରେ ଚାଲିଥିବା ବିଶ୍ୱକପ ଟି-୨୦ ମୁକାବିଲାରେ ପାକିସ୍ତାନ ୧୩ଟି ବଲ ଓ ୧୦ ୱିକେଟରେ ବିଜୟୀ ହୋଇଛି । ଭାରତକୁ ହରାଇ ପାକିସ୍ତାନ ଟି-୨୦ ବିଶ୍ୱକପ ମୁକାବିଲାରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ବିଜୟୀ ହୋଇଛି । ପାକିସ୍ତାନ ପକ୍ଷରୁ ଓପନିଂ ଯୋଡି ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କ ଧୂଆଁଧାର ବ୍ୟାଟିଂ ଦଳକୁ ବିଜୟୀ କରାଇଛି । ଆଉ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ରୋଚକ ଘଟଣା ।
ମ୍ୟାଚ୍ ସରିବା ପରେ ଯେତେବେଳେ ବିରାଟ୍ କୋହଲି ପ୍ରେସ କନଫରେନ୍ସ କରିଥିଲେ, ସେତେବେଳେ ପାକିସ୍ତାନର ସାମ୍ବାଦିକ ବିରାଟଙ୍କୁ ଏପରି ଏକ ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ଚିହିଁକି ଉଠିଲେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି । ପ୍ରେସ୍ କନଫରେନ୍ସରେ ପାକିସ୍ତାନ ପତ୍ରକାର ବିରାଟଙ୍କୁ ପ୍ରଶ୍ନ କରିଥିଲେ, କଣ ଇଶାନ୍ କିଶନଙ୍କୁ ରୋହିତ ଶର୍ମାଙ୍କ ସ୍ଥାନରେ ଖେଳିବାକୁ ସୁଯୋଗ ଦେଇଥିଲେ ଠିକ୍ ହୋଇଥାନ୍ତା କି? ପାକ୍ ପତ୍ରକାରଙ୍କ ଏହି ପ୍ରଶ୍ନରେ ଚିହିଁକି ଉଠିଲେ ବିରାଟ । ପ୍ରଥମେ କହିଲେ, ଏହା ଏକ ସାହସପୂର୍ଣ୍ଣ ପ୍ରଶ୍ନ ଥିଲା । ଏହାପରେ ରାଗିଯାଇ ପତ୍ରକାରଙ୍କୁ ପାଲଟା ପ୍ରଶ୍ନ କରି ପଚାରିଥିଲେ, ଆପଣ ମୋ ସ୍ଥାନରେ ଥିଲେ କଣ କରିଥାନ୍ତେ? କଣ ଆପଣ ଟି-୨୦ ମ୍ୟାଚରୁ ରୋହିତ୍ ଶର୍ମାଙ୍କୁ ଡ୍ରପ୍ କରିଦେଇଥାନ୍ତେ ? ଆପଣ ଜାଣିଛନ୍ତି କି ରୋହିତ୍ ତାଙ୍କର ଶେଷ ମ୍ୟାଚ୍ କେମିତି ଖେଳିଥିଲେ? ମୁଁ ମୋର ବେଷ୍ଟ୍ ଟିମ୍ ସହ ଖେଳିଛି । ଯଦି ଆପଣଙ୍କୁ ବିବାଦୀୟ ବୟାନ ଦରକାର ତେବେ ପୂର୍ବରୁ କହିଦେଇଥାନ୍ତେ ମୁଁ ଆପଣଙ୍କ ପ୍ରଶ୍ନର ସେହିଭଳି ଉତ୍ତର ଦେଇଥାନ୍ତି ।