Odia News Portal

୨୦ ଜଣିଅାଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ପିପିଲି: ପାଖେଇ ଆସୁଛି ପିପିଲି ଉପନିର୍ବାଚନ । ବର୍ଷା ଓ କରୋନା କଟକଣା ମଧ୍ୟରେ ସରଗରମ ହେଉଛି ନିର୍ବାଚନୀ ମଇଦାନ । ବାଜି ଜିତିବା ଲାଗି ସମସ୍ତ ଦଳ ନିଜ ନିଜର ରଣକୌଶଳ ପ୍ରଦର୍ଶନ କରୁଛନ୍ତି । ଏହାରି ଭିତରେ ଭୋଟରଙ୍କ ମନମୋହିବା ଲାଗି ୨୦ ଜଣିଅାଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେପି । ଏହି ତାଲିକାରେ ତିନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ବିଶ୍ୱେଶ୍ୱର ଟୁଡୁ ରହିଛନ୍ତି । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ଭୁବନେଶ୍ୱର ସାଂସଦ ତଥା ବିଜେପି ଜାତୀୟ ମୁଖପାତଅପରାଜିତା ଷଡ଼ଙ୍ଗୀ, ବିଜେପି ଜାତୀୟ ମୁଖପାତ୍ର ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବରିଷ୍ଠ ନେତା ମନମୋହନ ସାମଲ, କେଭି ସିଂଦେଓ, ସୁରମା ପାଢ଼ୀ, ପ୍ରଭାତୀ ପରିଡ଼ା, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି, ରାଜ୍ୟ ବିଜେପି ସାଧାରଣ ସଂପାଦକ(ସଂଗଠନ) ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର ଏବଂ ଗୋଲକ ମହାପାତ୍ର ଦଳ ପକ୍ଷରୁ ଜାରି ହୋଇଥିବା ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।