Odia News Portal

୧୭ ଲକ୍ଷରୁ ଅଧିକ ଲୋକ ନେବେ ବୁଷ୍ଟର ଡୋଜ୍

ସମସ୍ତ ରାଜ୍ୟରେ ଆଜିଠୁ ପ୍ରିକସନ ଡୋଜ ଟୀକା କରଣ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ, ସମୁଖ ଯୋଦ୍ଧା ଓ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଦିଆଯାଉଛି ଏହି ପ୍ରିକସନ ଟୀକା । ଓଡିଶାରେ ମୋଟ ୧୭ ଲକ୍ଷ ୫୨ ହଜାର ୮୩୮ ଲୋକେ ପ୍ରିକସନ ଟିକା ନେବେ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶ ବିଜୟ ପାଣିଗ୍ରାହୀ ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଯେଉଁମାନଙ୍କର ସେକେଣ୍ଡ ଡୋଜରୁ ୯ ମାସ ବା ୩୯ ସପ୍ତାହ ହୋଇଥିବ । ସେମାନେ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ । ଜାନୁଆରୀ ଶେଷ ସୁଦ୍ଧା ୫ ଲକ୍ଷ ୨୫ ହଜାର ୬୦୭ ଲୋକ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ । ବର୍ତ୍ତମାନ ରାଜ୍ୟର ୩୬୧୬ ସେସନ ସାଇଟରେ ଟିକା କରଣ ଚାଲିଛି । ସେଥି ମଧ୍ୟରୁ ୧୩୪୦ ସ୍ୱତନ୍ତ୍ର ଭ୍ୟାକ୍ସିନେସନ୍ କେନ୍ଦ୍ରରେ ୧୫ ରୁ ୧୮ ବର୍ଷର କିଶୋରଙ୍କୁ ଟୀକାକରଣ ଚାଲିଛି ।
ତେବେ ପ୍ରିକସନ ଡୋଜ ନେବା ପାଇଁ ନୂଆ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ । କେବଳ ସ୍ଲଟ ବୁକିଂ କରିବାର ଆବଶ୍ୟକ ରହିଛି । ସ୍ଲଟ ବୁକିଂ ପାଇଁ ଉଭୟ ଅନଲାଇନ ଓ ଅଫ ଲାଇନ ବ୍ୟବସ୍ଥା ରହିଛି । ଯିଏ ଯେଉଁ ଟିକା ନେଇଥିଲେ , ସେମାନେ ସେହି ଟିକା ନେବେ । ସବୁ ସେସନ ସାଇଟରେ ୨୦ ପ୍ରତିଶତ କ୍ଷମତା ବୃଦ୍ଧି କରାଯାଇଛି ।