Odia News Portal

ପଞ୍ଜାବରେ ହେବ ମୁଖ୍ୟମନ୍ତ୍ରୀ ପାର୍ଥୀ ଘୋଷଣା

ପଞ୍ଜାବ କଂଗ୍ରେସର ମୁଖ୍ୟମନ୍ତ୍ରୀ ପାର୍ଥୀ କିଏ ହେବ ସେ ନେଇ ଚର୍ଚ୍ଚା । ଆସନ୍ତା ବିଧାନସଭା ନିର୍ବାଚନ ପୂର୍ବରୁ ବିରୋଧୀ ଏହି ପ୍ରଶ୍ନକୁ ନେଇ କଂଗ୍ରେସକୁ ଘେରିଛନ୍ତି । ରାହୁଲ ଗାନ୍ଧୀ ଗତକାଲି ପଞ୍ଜାବ ଯାଇଥିବାବେଳେ ଏହି ପ୍ରସଙ୍ଗ ପୁଣି ଥରେ ଜୋର ଧରିଛି । ତେବେ ଅତିଶୀଘ୍ର ଏନେଇ ଘୋଷଣା ହେବ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ମତଦାନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ତା’ର ନାଁ ଘୋଷଣା କରାଯିବ । ତାହା ପୂର୍ବରୁ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ ବୋଲି କହିଛନ୍ତି ରାହୁଲ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ରେସରେ ସିଦ୍ଧୁ ଏବଂ ଚନ୍ନି ଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଲାଗି ରହିଛି । ଏପଟେ ସିଦ୍ଧୁ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା କରିବାକୁ ରାହୁଲ ଗାନ୍ଧୀଙ୍କୁ ୧୦ ଦିନ ଅଲଟିମେଟମ ଦେଇଛନ୍ତି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଦାବି କରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏଭଳି ସମୟରେ ସିଦ୍ଧୁଙ୍କୁ ଅସନ୍ତୁଷ୍ଟ ନକରିବା ପାଇଁ କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ବୋଲି ଚର୍ଚ୍ଚା ହେଉଛି ।