Odia News Portal

ଆଜି ରାଜ୍ୟରେ ୭୦୭୧ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି କରୋନାର ଲମ୍ବା ଆତଙ୍କ । ଗତ ୨୪ଘଣ୍ଟାରେ ଆଉ ୭୦୭୧କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୨୬ ନୂଆ କେସ ରହିଛି। ସୁନ୍ଦରଗଡରୁ ୧୧୪୭, ସମ୍ବଲପୁରରୁ ୬୦୯ , କଟକରୁ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆକ୍ଟିଭ୍ କେସ୍ ରହିଛି ୨୭ହଜାର ୨୧୬। ପଜିଟିଭ ରେଟ୍ ରହିଛି ୧୦.୨୪ ପ୍ରତିଶତ।
ସାରା ବିଶ୍ୱରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ। ଗତ ସପ୍ତାହକରେ ୬ଗୁଣା ବୃଦ୍ଧି ପାଇଛି ସଂକ୍ରମଣ। ଗତ ୨୪ ଘଣ୍ଟାରେ ୧ ଲକ୍ଷ ୭୯ହଜାର ୭୨୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ୧୪୬ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି ସଂକ୍ରମଣ ମାମଲା। ଆକ୍ଟିଭ୍ କେସ୍ ୭ ଲକ୍ଷ ଟପିଛି। ୨୪ଘଣ୍ଟାରେ ସକ୍ରିୟ ମାମଲାରେ ୧ଲକ୍ଷ ୩୩ହଜାର ୮କୁ ବୃଦ୍ଧି ପାଇଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୫୭ଲକ୍ଷକୁ ବୃଦ୍ଧି ପାଇଛି ।
ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୩୩ରେ ପହଞ୍ଚିଛି। ସପ୍ତାହକରେ ୬ଗୁଣା ବଢିଛି ସଂକ୍ରମଣ। ଗତ ଡିସେମ୍ବର ୨୭ରୁ ଜାନୁଆରୀ ୨ ମଧ୍ୟରେ ୧ ଲକ୍ଷ ୨ହଜାର ୩୩୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତ ଜାନୁଆରୀ ୯ ତାରିଖରେ ୬ଲକ୍ଷ ୩୮ହଜାର ୮୭୨ ସଂଖ୍ୟା ରହିଥିଲା । ଦୈନିକ ପଜିଟିଭ୍ ହାର ୧୩.୨୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୭.୯୨ ପ୍ରତିଶତ ରହିଛି । ଦେଶରେ ସକ୍ରିୟ ମାମଲା ମୋଟ ସଂକ୍ରମଣ ମାମଲାର ୨.୦୩ପ୍ରତିଶତ । ଅନ୍ୟପକ୍ଷେ ଜାତୀୟ ଆରୋଗ୍ୟ ହାର ୯୬. ୬୨ପ୍ରତିଶତ ରହିଛି।