Odia News Portal

ରାଜ୍ୟରେ ମାସକ ପରେ ବଢିବ ସଙ୍କ୍ରମଣ

ଦେଶରେ କରୋନା ସଙ୍କ୍ରମଣ ଉପରମୁହାଁ । ତିନି ହଜାର ଉପରେ ଦୈନିକ ସଙ୍କ୍ରମଣ । ଗତ ୨୪ ଘଣ୍ଟାରେ ୩୩୦୩ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଠାରୁ ୧୨ ଦଶମିକ ୮ ପ୍ରତିଶତ ଅଧିକ । ୩୯ ଜଣ ସଙ୍କ୍ରମଣରେ ପ୍ରାଣ ହରାଇଛନ୍ତି ।
ସେପଟେ ଆସନ୍ତା ୩ରୁ ୪ ସପ୍ତାହ ଭିତରେ ଅର୍ଥାତ୍ ମାସକ ପରେ ରାଜ୍ୟରେ ସଙ୍କ୍ରମଣ ବଢିବାର ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସ୍ୱାସ୍ଥ୍ୟର ଭିତ୍ତିଭୂମିକୁ ପ୍ରସ୍ତୁତ ରଖାଯାଇଛି । ଯଦି ସଙ୍କ୍ରମଣ ବଢିବ ତେବେ ହସ୍ପିଟାଲ ତୁରନ୍ତ ଖୋଲାଯିବ । ସବୁ ଜିଲ୍ଲାର ସ୍ଥିତି ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ରାଜ୍ୟରେ ଦୈନିକ ସଙ୍କ୍ରମଣ ୧୦ରୁ ୨୦ ଭିତରେ ରହିଛି । ସମସ୍ତଙ୍କୁ କରୋନା କଟକଣା ମାନିବାକୁ ଅନୁରୋଧ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।