Odia News Portal

ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ୮୩୧୩ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣର ମାତ୍ରା ସାମାନ୍ୟ ହ୍ରାସ ପାଇବା ପରେ । ପୁଣି ଆଉ ଥରେ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା ।ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୬୪୯୯୭ ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୬୫୮ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୪୬୫୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୯୭୪ଜଣ, ଅନୁଗୁଳ ଜିଲ୍ଲାରୁ ୫୦୫ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୧୯ଜଣ, ବୌଦ୍ଧ ଜିଲ୍ଲାରୁ ୨୦୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୦୭ଜଣ,ବାଲେଶ୍ୱର ଜିଲ୍ଲାରୁ ୪୫୨ଜଣ, ବରଗଡ଼ ଜିଲ୍ଲାରୁ ୨୭୯ଜଣ, ଭଦ୍ରକ ଜିଲ୍ଲାରୁ ୧୧୭ଜଣ,ଗଜପତି ଜିଲ୍ଲାରୁ ୮୫ଜଣ, ଗଞ୍ଜାମ ଜିଲ୍ଲାରୁ ୧୨୯ଜଣ, ଜଗତସିଂହପୁର ଜିଲ୍ଲାରୁ ୨୮୦ଜଣ, କଟକ ଜିଲ୍ଲାରୁ ୫୯୩ଜଣ, ଦେଓଗଡ଼ ଜିଲ୍ଲାରୁ ୫୫ଜଣ, ଯାଜପୁର ଜିଲ୍ଲାରୁ ୩୫୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୧୬୨ଜଣ, କନ୍ଧମାଳ ଜିଲ୍ଲାରୁ ୯୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୩୧ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୦ଜଣ , ନବରଙ୍ଗପୁର ଜିଲ୍ଲାରୁ ୨୦୫ଜଣ, ନୟାଗଡ଼ ଜିଲ୍ଲାରୁ ୨୦୫ଜଣ, ନୟାଗଡ଼ ଜିଲ୍ଲାରୁ ୨୮୩ଜଣ, କୋରାପୁଟ ଜିଲ୍ଲାରୁ ୧୯୮ଜଣ, ମାଲକାନଗିରି ଜିଲ୍ଲାରୁ ୧୦୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୩୨ଜଣ, ନୂଆପଡ଼ା ଜିଲ୍ଲାରୁ ୫୩ଜଣ, ପୁରୀ ଜିଲ୍ଲାରୁ ୪୦୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୪୮ଜଣ, ସମ୍ବଲପୁର ଜିଲ୍ଲାରୁ ୨୦୪ଜଣ, ସୋନପୁର ଜିଲ୍ଲାରୁ ୧୨୩ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୬୫ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୬୨ଜଣ ରହିଛନ୍ତି ।