Odia News Portal

କରୋନାର ତୃତୀୟ ଲହର ଭୟଙ୍କର ନୁହଁ ଆଇସିଏମଆରଙ୍କ ସୂଚନା

କରୋନା ମହାମାରୀରେ ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ସେତେଟା ଭୟାବହ ଭୟଙ୍କର ହେବନି । ତୃତୀୟ ଲହରରେ ଗୁରୁତର ରୋଗୀଙ୍କ ସଂଖ୍ୟା ଅପେକ୍ଷାକୃତ କମ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରର ଅବଧି ମଧ୍ୟ କମ ରହିବ । ୩ ମାସ ମଧ୍ୟରେ ତୃତୀୟ ଲହର ପ୍ରଭାବ କମିଯିବ ।

ଓଉଗଜର ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ସମୀରନ ପଣ୍ଡା ଏହି ସୂଚନା ଦେଇଛନ୍ତି । ଯେତେଶୀଘ୍ର ସଂକ୍ରମଣ ବ୍ୟାପିଛି, ସେତେ ଶୀଘ୍ର ସଂକ୍ରମଣ ହ୍ରାସ ପାଇବ । ଆସନ୍ତା ୩ ସପ୍ତାହ ମଧ୍ୟରେ ଓମିକ୍ରନ ସଂକ୍ରମଣ ଶୀର୍ଷ ଛୁଇଁବ । ଏହାପରେ ଧୀରେ ଧୀରେ ରୋଗୀ ସଂଖ୍ୟା କମିଚାଲିବ । ୩ ମାସ ମଧ୍ୟରେ ତୃତୀୟ ଲହର ସମ୍ପୂର୍ଣ୍ଣ ରୁପେ କମିଯିବ ବୋଲି ସେ କହିଛନ୍ତି ।
ଓମିକ୍ରନ ଯୋଗୁଁ ୧ରୁ ୨ ପ୍ରତିଶତ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଯାହା ଡେଲଟା ତୁଳନାରେ ଯଥେଷ୍ଟ କମ । ଦେଶର ୮୦ ପ୍ରତିଶତ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଲେଣି ବୋଲି କହିଛନ୍ତି ଟେକ୍ନିକାଲ ଆଡଭାଇଜରୀ ଗ୍ରୁପ ଅଧ୍ୟକ୍ଷ ଡକ୍ଟର ଏକ କେ ଅରୋରା ।