Odia News Portal

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ଦେବେନ୍ଦ୍ର ଫଡନାଭିସ ନୁହଁନ୍ତି, ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ବିଜେପି ସମର୍ଥନରେ ସରକାର ଗଢିବେ ଏକନାଥ ସିନ୍ଦେ । ଆଜି ସାମ୍ବାଦିକ ସମ୍ମିଳନୀରେ ଫଡନାଭିସ୍ ଏହା ଘୋଷଣା କରିଛନ୍ତି । ଶିବସେନାରେ ବିଭାଜନ କରି ଉଦ୍ଧବ ଠାକରେ ସରକାରର ପତନ ଘଟାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସିନ୍ଦେଙ୍କୁ ବିଜେପି ପୁରସ୍କାର ଦେଇଛି । ପୂର୍ବରୁ ଫଡନାଭିସ୍ ମୁଖ୍ୟମନ୍ତ୍ରୀ ଏବଂ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ହେଉଥିଲା ।