Odia News Portal

ଭାରତ ନାଁରେ ପାକିସ୍ତାନୀଙ୍କୁ ଭୁଆଁ ବୁଲଉଛନ୍ତି ଇମ୍ରାନ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଭାରତ ନାଁରେ ପାକିସ୍ତାନ ଲୋକଙ୍କୁ ଭୂଅାଁ ବୁଲାଉଛନ୍ତି । ଭାରତରେ ଦରଦାମ ବଢ଼ୁଥିବାବେଳେ ପାକିସ୍ତାନରେ କମ ଥିବା ସେ କହିଛନ୍ତି । ତେବେ ତାଙ୍କର ଏହି କଥାରେ ମିଥ୍ୟା ଲୁଚି ରହିଛି । ସେ ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି କି, ଭାରତରେ ଏବେ ୨୫୦ ଉପରେ ରହିଛି ପେଟ୍ରୋଲ ଦର । କିନ୍ତୁ ପାକିସ୍ତାନରେ ୧୪୬ ରହିଛି । ଏଣୁ ଭାରତ ତୁଳନାରେ ଆମର କମ ରହିଛି ବୋଲି ସେ କହିଛନ୍ତି । ଏକ ର୍ୟାଲିରେ ଇମ୍ରାନ୍ ଖାନ୍ କହିଛନ୍ତି, ଭାରତରେ ପେଟ୍ରୋଲର ଦରଦାମ୍ ହୁ ହୁ ବଢ଼ୁଥିବାରୁ ଲୋକମାନେ ବିରୋଧ କରିବା ଆରମ୍ଭ କଲେଣି। ଭାରତର ପେଟ୍ରୋଲ ଦାମ୍ ଲିଟର ପିଛା ୨୫୦ ଟଙ୍କା ହେଲାଣି। ସେହିପରି ବାଲାଂଦେଶରେ ଏବେ ପେଟ୍ରୋଲ ୨୦୦ରେ ପହଞ୍ଚିଲାଣି। ମାତ୍ର ପାକିସ୍ତାନରେ ଏବେ ବି ପେଟ୍ରୋଲ ଦାମ୍ ଲିଟରକୁ ୧୪୬ ଟଙ୍କା ରହିଛି। ଯାହା ସବୁଠୁ କମ୍।