Odia News Portal

ଆସନ୍ତାକାଲି ଭାରତ ଲାଗି ଅଗ୍ନିପରୀକ୍ଷା

ଦୁବାଇ: ଟି-୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନଠାରୁ ଭାରତ ହାରିବା ଏବେ ଏବେ ସେମିରେ ପହଞ୍ଚିବାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ତେବେ ଭାରତ ଲାଗି ବିଶ୍ୱକପର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଆସନ୍ତାକାଲି ହେବାକୁ ଯାଉଛି । ଆସନ୍ତାକାଲି ଭାରତ ଓ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ୍ ମୁକାବିଲା । ଉଭୟ ଟିମ ପାଇଁ କର ବା ମର ସ୍ଥିତି । ପ୍ରଥମ ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଠାରୁ ୧୦ ଓ୍ଵିକେଟରେ ହରିବା ପରେ ଭାରତ ଚିନ୍ତାରେ ରହିଛି। ସେହିପରି ନ୍ୟୁଜିଲାଣ୍ଡ ମଧ୍ୟ ପାକିସ୍ତାନ ଠାରୁ ହାର ଗ୍ରହଣ କରିସାରିଛି। ଆସନ୍ତାକାଲିର ମ୍ୟାଚ ଯିଏ ଜିତିବ ସେମିରେ ଏଣ୍ଟ୍ରି ମାରିବା ପାଇଁ ବାଟ ସହଜ ହେବ। ବିଶ୍ୱ ଟି୨୦ ର୍ୟାଙ୍କିଂରେ ଭାରତ ନମ୍ବର ୨, ନ୍ୟୁଜିଲାଣ୍ଡର ନମ୍ବର ୪ । କିଏ କାହାଠାରୁ କମ୍ ନୁହନ୍ତି ।

ଭାରତ ନ୍ୟୁଜିଲାଣ୍ଡକୁ ହରାଇଲେ ଆଫଗାନିସ୍ତାନ, ନାମ୍ବିଆ ଓ ସ୍କଟଲାଣ୍ଡକୁ ସହଜରେ ପରାସ୍ତ କରିପାରିବ । ୮ ପଏଣ୍ଟ ପାଇ ସେମିକୁ ଏଣ୍ଟ୍ରି ମାରିବ । ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ କେବେବି ନ୍ୟୁଜିଲାଣ୍ଡକୁ ହରାଇ ନାହିଁ । ୨୦୦୭ରୁ ଏଯାଏଁ ଉଭୟ ଟିମ ଟି-୨୦ ମୁକାବିଲାରେ ୧୬ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୬ଟି ମ୍ୟାଚରେ ଜିତିଥିବା ବେଳେ ୮ଟି ମ୍ୟାଚରେ ବାଜି ମାରିଛି ନ୍ୟୁଜିଲାଣ୍ଡ । ୨ଟି ମ୍ୟାଚ ଟାଏ ରହିଛି । ଏଭଳି ସ୍ଥିତିରେ ଭାରତ ପାଇଁ ଏହି ମୁକାବିଲା ସହଜ ନୁହେଁ ।