ରାୟଗଡ।:ଜିଲ୍ଲାସ୍ତରୀୟ ୭୬ତମ ସ୍ବାଧୀନତା ଦିବସ ରାୟଗଡ । ଜିଲ୍ଲା ସଦର ମହକୁମାର ସ୍ଥାନୀୟ ଜି.ସି.ଡି ଉଚ୍ଚ ବିଦ୍ୟାଳୟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଶ୍ରୀମତୀ ସ୍ବଧା ଦେବ ସିଂ, ମୁଖ୍ୟ ଅତିଥି ଭାବେ ଯୋଗଦେଇ ସକାଳ ଘ.୯.୧୫ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗ ସଙ୍ଗେ ପ୍ୟାରେଡ ଅବିବାଦନ ଗ୍ରହଣ କରିଥିଲେ ଓ  ଜିଲ୍ଲାବାସୀଙ୍କ ଉଦେଶ୍ୟରେ ସ୍ବାଧୀନତା ଦିବସ ପାଳନ ଅବସରରେ ଉଦବୋଧନ ଦେଇ କହିଥିଲେ ଯେ ଦେଶର ସ୍ବାଧୀନତା ପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମ ବଳିଦାନ ଦେବାକୁ ପଡିଛି। 
ସେହି ଦେଶ ଭକ୍ତ ମାନଙ୍କୁ ସ୍ମୃତିଚାରଣ କରିବା ସହିତ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଯେପରି ଲୋକଙ୍କ ପାଖରେ ପହଞ୍ଚିବ ସେଥି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ,ଗମାନାଗମନ ଏବଂ ଏଠାରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଞ୍ଜିଆ ସୌରାଙ୍କ ଉନ୍ନତି ନିମନ୍ତେ ଜିଲ୍ଲା ପ୍ରଶାସନ ଉଦ୍ୟମ ଜାରି ରହିଛି ବୋଲି କହିଥିଲେ। ଏହି ଅବସରରେ ୨୨ଜଣ କୋଭିଡ ଯୋଦ୍ଧା ଯଥା- ଡାକ୍ତର, ନର୍ସିଙ୍ଗ ଅଫିସର, ସ୍ବାସ୍ଥ୍ୟ କର୍ମୀ ଏବଂ ସଫେଇ କର୍ମଚାରୀଙ୍କୁ ମୁଖ୍ୟ ଅତିଥି ତଥା ଜିଲ୍ଲାପାଳ, ରାୟଗଡ ସମ୍ମାନୀତ କରିଥିଲେ। ଏହା ସହିତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତ୍ବୃତା, ଦେଶାତ୍ମକବୋଧ ସଂଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗୀତାର ୩୯ଜଣ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। 
ଚଳିତ ବର୍ଷ ବାର୍ଷିକ ପରୀକ୍ଷାରେ ଦଶମ ଓ ଦ୍ଵାଦଶ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖି ଉର୍ତ୍ତୀର୍ଣ୍ଣ ହୋଇଥିବା କୃତ୍ତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ସେହିପରି ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାଳୟର ସର୍ଵଚ୍ଚ ନମ୍ବର ରଖି ଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ସହିତ ଦଶ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଥିଲେ।  ପ୍ରାତଃ ୫ ଘଟିକା ସମୟରେ ରାୟଗଡ ସହରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ରାମଧୂନ ପ୍ରଚାର କରାଯାଇଥିଲା । ସହରର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କୋଭିଡ-୧୯ ନିୟମ ଅବଲମ୍ୱନ କରି ଜାତୀୟ ପତାକା ଉତ୍ତୋଳନ କରାଯାଇଥିବା ବେଳେ ସହରର ଅବସ୍ଥାପିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ମାଲ୍ୟର୍ପଣ କରିଥିଲେ । ଏହା ପରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ସ୍ଥାନୀୟ ସାଇ ପ୍ରିୟା ନଗର ସ୍ଥିତ ମାତୃ ଶକ୍ତି ବରିଷ୍ଠ ନାଗରୀକ ଗୃହ, ତୁମ୍ବିଗୁଡାରେ ଥିବା ବରିଷ୍ଠ ନାଗରିକ ଗୃହର ଏବଂ ସ୍ବେହ୍ନା ସ୍ବଦ୍ଧାର ଗୃହରେ ଥିବା  ଅନ୍ତେବାସୀ ମାନଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। 
ସେହିପରି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଚିକିତ୍ସିତ ହେଉଥିବା ରୋଗୀ, ଉପକାରାଗାର ଏବଂ ସେବା ସମାଜରେ ଥିବା ଅନ୍ତେବାସୀ ମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ଉପ-ଜିଲ୍ଲାପାଳ, ନଗରପାଳ, ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଆଦି ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏଥି ମଧ୍ୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନ ଓ ଶ୍ରୀ ଧର୍ମାନନ୍ଦ ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ୟ୍ୟ ନିର୍ବାହୀ ଅଧିକାରୀ, ରବି ନାରାୟଣ ତ୍ରିପାଠୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ରାମ ପ୍ରସାଦ ସାହୁ, ଉପ-ଜିଲ୍ଲାପାଳ, ଶ୍ରୀ ଭିମସେନ ଶବର, ନଗର ପାଳ, ମହେଶ ପଟ୍ଟନାୟକ, ଏସ୍.ଡି.ପି.ଓ, ଦେବ ଜ୍ୟେତି ଦାସ, ପି.ଡି ୱାଟର ସେଡ୍ ଦୟାନିଧି ବାଗ, ପି.ଏ.ଆଇ.ଟି.ଡିଏ ପଦ୍ମ ଚରଣ ନାୟକ, ତହସିଲଦାର ତାପସ କୁମାର ସ୍ବାଇଁ, ପୌର ନିର୍ବାହୀ ଅଧିକାରୀ, ୟାସିର ବିଲ୍ଲା ଅହମଦ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଅଶୋକ କୁମାର ଶତପଥି, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀଙ୍କ ସମେତ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ରହିଥିବା ବେଳେ ସହରରେ ଜିଲ୍ଲା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥାର ବନ୍ଦବସ୍ଥ କରାଯାଇଥିଲା । 
ଏହି ସମସ୍ତ କାର୍ୟ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ପରିଚାଳନା କରିଥିବା ବେଳେ ବିଭାଗୀୟ କର୍ମଚାରୀ ରାମ ପାତ୍ର, ପିତବାସ ବିଶ୍ୱାଳ, ଡମ୍ବରୁଧର ପଣ୍ଡା,ସାମ୍ରାଟ ସାହୁ,ରାଜେନ୍ଦ୍ର ଦୋରା,ପ୍ରଦୀପ ମାଲବିଷୋୟୀ,ସଂସ୍କୃତି କାର୍ୟ୍ୟାଳୟର କାହ୍ନୁ ଚରଣ ପ୍ରଧାନ, ଅଜିତ ପଣ୍ଡା ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।
													
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
						 
			
