ଜ୍ୟୋତିର୍ମୟୀ ନାୟକ , ଇଣ୍ଡିଆନ ଆଇ ଡ଼ଲ ସିଜିନ ୧୬ ର ଚାମ୍ପିୟାନ ର ମୁକୁଟ ପିନ୍ଧିଛନ୍ତି , ଏହା ତାଙ୍କ ପାଇଁ କେବଳ ଏକ ବିଜୟ ନୁହେଁ ବରଂ ସାରା ସାରା ଓଡ଼ିଶା ପାଇଁ ଇତିହାସ ରଚିଛନ୍ତି । ଏଥିସହ ସେ ଇଣ୍ଡିଆନ ଆଇଡ଼ଲ ସିଜିନ ୧୬ ର ବିଜେତା ଭାବେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ନେଇଛନ୍ତି । ମାସ ମାସ ର ଏହି ଅବିସ୍ମରଣୀୟ ପ୍ରଦର୍ଶନ , ପ୍ରେରନା ଦାୟକଯାତ୍ରା ପରେ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ର ଇଣ୍ଡିଆନ ଆଇଡ଼ଲ୍ ସିଜିନ ୧୬ ଜ୍ୟୋତିର୍ମୟୀ ନାୟକଙ୍କୁ ଏହି ସିଜିନ୍ ର ବିଜେତା ଭାବରେ ମୁକୁଟ ପିନ୍ଧାଇଛି । ଜ୍ୟୋତିର୍ମୟୀ ‘ସୟାଁ ଓ ସୟାଁ’ ଗୀତରେ ଏକ ମନୋରମ ପ୍ରଦର୍ଶନ କରିଥିଲେ । ଯାହା ଭାରତର ନୂତନ ଗାୟନ ସେନସେସନ୍ ଭାବେ ଏକ ରୋମାଞ୍ଚକର ନୂତନ ଅଧ୍ୟାୟର ଆରମ୍ଭ କରିଥିଲା ।
ଏଥିସହ ଇଣ୍ଡିଆନ୍ ଆଇଡଲ୍ ୧୬ ଶେଷରେ ଏହାର ୧୦ ମାସର ଯାତ୍ରା ସମାପ୍ତ କରିଛି, ଯେଉଁଥିରେ ଓଡ଼ିଶାର ୨୪ ବର୍ଷୀୟା ଜ୍ୟୋତିର୍ମୟୀ ନାୟକଙ୍କୁ ବିଜେତା ଘୋଷଣା କରାଯାଇଛି ଏବଂ ଜବଲପୁରର ତନିଷ୍କ ଶୁକ୍ଲା ପ୍ରଥମ ରନର୍ସ-ଅପ୍ ଭାବେ ଉଭା ହୋଇଛନ୍ତି । ଜ୍ୟୋତିର୍ମୟୀ ତାଙ୍କ ବିଜୟର ଶ୍ରେୟ ସଂଗୀତ ଚିକିତ୍ସା ଅର୍ଥାତ୍ ମ୍ୟୁଜିକ୍ ଥେରାପି ମାଧ୍ୟମରେ ସୁସ୍ଥ ହୋଇଥିବା କର୍କଟ ରୋଗୀଙ୍କୁ ଦେଇଛନ୍ତି । ଶୋ ‘ରେ ତାଙ୍କର ୧୦ ମାସର ଯାତ୍ରା ବିଷୟରେ କହି ଜ୍ୟୋତିର୍ମୟୀ କହିଛନ୍ତି “ଏହି ଯାତ୍ରା ପ୍ରାୟ ଗୋଟିଏ ବର୍ଷ ହେଲାଣି । ମୁଁ ୧୪ ସେପ୍ଟେମ୍ବରରେ ମୁମ୍ବାଇ ଆସିଥିଲି ଏବଂ ଏହା ଏକ ବହୁତ ଭଲ ଯାତ୍ରା ଥିଲା । ଖୁସିର କଥା ଏହା ମଧ୍ୟ ଫଳପ୍ରଦ ହୋଇଥିଲା, ଟ୍ରଫି ଜିତିବା । ମୁଁ କେବେ ପୁରସ୍କାର ରାଶି ଜିତିବା ବିଷୟରେ ଭାବି ନଥିଲି; ମୁଁ କେବଳ ମୋର ସର୍ବୋତ୍ତମ ପ୍ରଦର୍ଶନ କରିବା ଏବଂ ଭଲ ମତାମତ ପାଇବା ବିଷୟରେ ଚିନ୍ତା କରିଥିଲି । ଯେହେତୁ ମୁଁ ଟଙ୍କା ବିଷୟରେ ଚିନ୍ତା କରି ନଥିଲି, ମୁଁ ଜାଣିନାହିଁ ମୁଁ ଏହାକୁ କେଉଁଠାରେ ବ୍ୟବହାର କରିବି; ଏବେ ମୁଁ ଏହା ବିଷୟରେ ଚିନ୍ତା କରିବି ।” ତାଙ୍କର ଇଚ୍ଛା -ସେ ଦିନେ ଆଲିଆ ଭଟ୍ଟ ଓ ଦୀପିକା ପାଦୁକନ ଙ୍କ ପାଇଁ ପ୍ଲେବ୍ୟାକ୍ ସିଙ୍ଗର ଭାବେ ଗୀତ ଗାଇବେ । ସେ ଏହି ବିଜୟ ର ଶ୍ରେୟ ତାଙ୍କ ପରିବାର ଙ୍କୁ ମଧ୍ୟ ଦେଇଛନ୍ତି । ତାଙ୍କର ଏହି ସଙ୍ଗୀତ ଯାତ୍ରା ତୃତୀୟ ଶ୍ରେଣୀରୁ ଆରମ୍ଭ ହୋିଇ ଆଜି ଜାତୀୟ ମଞ୍ଚରେ ଇତିହାସ ସୃଷ୍ଟି କରିଛନ୍ତି । ତେବେ ଓଡ଼ିଶାରେ ପହଞ୍ଚିବା ପରେ ଜ୍ୟୋତିଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ତାଙ୍କ ପ୍ରଶଂସକମାନେ ଫୁଲତୋଡ଼ା ଦେଇ ଏୟାରପୋର୍ଟରୁ ତାଙ୍କୁ ପାଛୋଟି ନେଇଥିଲେ ।
Sign in
Sign in
Recover your password.
A password will be e-mailed to you.
