Odia News Portal

ପୁଣି ରାଜଧାନୀରେ ମାତିଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଣି ମାତିଲେ ଲୁଟେରା । ପଥରରେ କାର୍ କାଚ ଭାଙ୍ଗି କଲେ । ଏହି ଘଟଣା ଘଟିଛି ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ । ଗତ ୨୭ ତାରିଖରେ ବିଳମ୍ବିତ ରାତିରେ ଲୁଟେରା ବାଇକରେ ଆସି ଉକ୍ତ କାର ଚାରିପଟେ କିଛି ସମୟ ବୁଲିଥିଲେ । କିଛି ସମୟ କାର ଚାରି ପାଖରେ ବୁଲିବା ପରେ ପଥରରେ କାର କାଚ ଭାଙ୍ଗି ଗାଡିରୁ ଷ୍ଟେପିନ ଆଉ କାଗଜପତ୍ର ଚୋରି କରିଛନ୍ତି । କାର ଭିତରୁ ଚୋରି କରୁଥିବାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । କାର୍ କାଚ ଭାଙ୍ଗିବାକୁ ଚେଷ୍ଟା କଲା ବେଳେ ଆଲାରମ୍ ବାଜିବାରୁ ଭୟରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେଇ ସଂପୃକ୍ତ ବ୍ୟକ୍ତି ଜଣକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।