Odia News Portal

ଏମପିଇଡିଏ ର ସଦସ୍ୟ ଭାବେ ନିର୍ବାଚିତ ହେଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

ନୂତନ ଦାଇତ୍ୱ ପାଇଲେ ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ । ଏନେଇ ରାଜ୍ୟସଭା ଡେପ୍ୟୁଟି ସେକ୍ରେଟେରୀ ସତୀଶ ମେସରା ସୂଚନା ଦେଇଛନ୍ତି । ଏମପିଇଡିଏ ର ସଦସ୍ୟ ଭାବେ ନିର୍ବାଚିତ ହେବାପରେ ଶ୍ରୀ ମଙ୍ଗରାଜ ଖୁସି ବ୍ୟକ୍ତ କରିବା ସହ ଏହି ସଫଳତାର ଶ୍ରେୟ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଏଥିସହିତ ଆଗକୁ ସାମୁଦ୍ରିକ ଉତ୍ପାଦ ଶିଳ୍ପକୁ ଆଗକୁ ନେବା ପାଇଁ ମୋର ମୂଲ୍ୟବାନ ଅବଦାନକୁ ଅପେକ୍ଷା କରିଛି ବୋଲି ଟ୍ବିଟ୍ ଯୋଗେ କହିଛନ୍ତି ।
ସୂଚନାନୁସାରେ ୧୯୭୨ ମସିହାରେ ସଂସଦରେ ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ ପ୍ରାଧିକରଣ ଗଠନ କରାଯାଇଥିଲା । ଏହାପୂର୍ବରୁ ଭାରତ ସରକାରଙ୍କ ଦ୍ବାରା ୧୯୬୧ରେ ପ୍ରତିଷ୍ଠିତ ସାମୁଦ୍ରିକ ଦ୍ରବ୍ୟ ରପ୍ତାନୀ ପ୍ରୋତ୍ସାହନ ପରିଷଦ ୨୫ ଅଗଷ୍ଟ ୧୯୭୨ରେ ସଂସଦ ଦ୍ବାରା ଗଠିତ ଏମପିଇଡିଏରେ ରୂପାନ୍ତରିତ ହୋଇଥିଲା ।