Odia News Portal

୫ ଦିନିଆ ଆମେରିକା ଗସ୍ତରେ ମୋଦୀ

ନୂଆଦିଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଦିନିଆ ଆାମେରିକା ଗସ୍ତରେ ଅଛନ୍ତି । ସେ ଆଜିଠୁ ଆରମ୍ଭ କରି ୨୬ ତାରିଖ ପର୍ୟ୍ୟନ୍ତ ଆମେରିକା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ମହାମାରୀ କରୋନା ସକାଶେ ସେ ପ୍ରାୟ ଦୁଇ ବର୍ଷ ହେବ ବିଦେଶ ଗ୍ରସ୍ତ କରିପାରିନଥିଲେ । ତେବେ ଆଜି ପ୍ରଧାନମନ୍ତ୍ରୀ ୱାଶିଂଟନରେ ପହଞ୍ଚିବେ । ଏହାସହିତ ମୋଦି କୋଭିଡ-୧୯ ସମ୍ମିଳନୀରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି ।

୨୩ ତାରିଖରେ ପ୍ରଧାମନନ୍ତ୍ରୀ ଆମେରିକାର ଟପ୍ ସିଇଓଙ୍କୁ ଭେଟିବେ । ଏହାସହ ଜାପାନ ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସସ୍ଙ୍କୁ ଭେଟି ଦ୍ୱିପାକ୍ଷିକ ଆଲୋଚନା କରିବେ । ସେ ଆମେରିକାର ଉପରାଷ୍ଟ୍ରପତି କମଳା ହ୍ୟାରିସ୍ଙ୍କୁ ମଧ୍ୟ ଭେଟିବେ ଓ ସେହି ଦିନ ଜୋ ବାଇଡେନ୍ ମୋଦିଙ୍କ ପାଇଁ ଡିନର୍ ପାର୍ଟିର ଆୟୋଜନ ମଧ୍ୟ କରିଛନ୍ତି ।

୨୪ ତାରିଖରେ ଆମେରିକା ରାଷ୍ଟ୍ରପତି ବାଇଡେନ୍ଙ୍କୁ ଭେଟି ଭାରତ-ଆମେରିକା ମଧ୍ୟରେ ସାମରିକ ସହଯୋଗ, ବାଣିଜ୍ୟ, ସୁରକ୍ଷା ଆଦି ଦ୍ୱିପାକ୍ଷିକ ସଂପର୍କ ନେଇ ଆଲୋଚନା କରିବାର କା ର୍ୟ୍ୟକ୍ରମ ରହିଛି । ଆଫଗାନ ସ୍ଥିତି, ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ ଆଦି ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଜାତିସଂଘର ସାଧାରଣ ପରିଷଦକୁ ସମ୍ବୋଧନ କରିବା ସହ କ ୍ୱାଡ୍ ସମ୍ମିଳନୀରେ ଯୋଗ ଦେବେ ।
୨୫ ତାରିଖରେ ମୋଦି ନ୍ୟୁୟର୍କ ଗ୍ରସ୍ତ କରିବେ । ସେଠାରେ ସେ ୭୬ ତମ ମିଳିତ ଜାତିସଂଘର ସାଧାରଣ ଆସେମ୍ବ୍ଲିରେ ଯୋଗ ଦେବେ । ଏହାପରେ ୨୬ ତାରିଖରେ ଭାରତ ପ୍ରତ୍ୟାବର୍ତ୍ତନ କରିବେ ।