Odia News Portal

ପ୍ରଦୀପଙ୍କ ନାମରେ ପିପିଲି ବିକାଶ ସମର୍ପିତ

୬୮ କୋଟିର ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ପିପିଲି: ପିପିଲି ଉପ-ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ପ୍ୟାକେଜ୍ ଘୋଷଣା । ପିପିଲି- ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ୬୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପିପିଲି ବ୍ଲକ, ଡେଲାଙ୍ଗ ବ୍ଲକ ଓ ପିପିଲି ପୌରାଞ୍ଚଳ ପାଇଁ ୬୭.୬୮ ଲକ୍ଷ ଟଙ୍କା ବ୍ୟୟ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ରାସ୍ତା ଘାଟ, ଜଳସେଚନ, ଷ୍ଟାଡ଼ିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଇତ୍ୟାଦି ଭଳି ବିକାଶ ମୂଳକ ପ୍ରକଳ୍ପ ହେବ ।

ତେବେ ପିପିଲି-ଡେଲାଙ୍ଗର ବିକାଶ କାମକୁ ଏହା ଆଗକୁ ନେବାକୁ ଏକ ପ୍ରୟାସ ବୋଲି ନବୀନ କହିଛନ୍ତି ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଚାଷୀର ପରିଶ୍ରମ ଯୋଗୁଁ ଦେଶର ଅର୍ଥନୀତି ବଞ୍ଚି ରହିଛି । କାରଣ କରୋନା ସମୟରେ ଯେଉଁଭଳି ଚାଷ କାର୍ଯ୍ୟ ନରୋକି ଆମ ରାଜ୍ୟ ଓ ଦେଶକୁ ଚାଷୀ ଭାଇ ମାନେ ଅର୍ଥନୀତିକୁ ବଞ୍ଚାଇ ରଖିଛନ୍ତି ସେଥିପାଇଁ ଚାଷୀ ଭାଇଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିବଙ୍ଗତ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ମନେ ପକାଇ ନବୀନ କହିଛନ୍ତି ଯେ, ସେ ପିପିଲି-ଡେଲାଙ୍ଗର ବିକାଶ ପାଇଁ ଅନେକ ପରିଶ୍ରମ କରିଥିଲେ । ଜୀବନ ସାରା ଏହି ଅଞ୍ଚଳର ବିକାଶ ପାଇଁ ନିଜକୁ ସମର୍ପି ଦେଇଥିଲେ ।ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଅବଦାନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି ।

ସେହିପରି ଡେଲାଙ୍ଗ ଅଞ୍ଚଳରେ ଏକ ଆଦର୍ଶ ବିଦ୍ୟାଳୟ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଗାନ୍ଧିଜୀଙ୍କ ସ୍ମୃତିରେ ହେବ ଏହି ବିଦ୍ୟାଳୟ ହେବା ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କରୋନା ବିପଦ ଯାଇ ନାହିଁ, ଏବେ ବିଭିନ୍ନ ରାଜ୍ୟରୁ ଏବେ କରୋନା ସଂକ୍ରମଣର ଖବର ଆସୁଛି । ତେଣୁ ଆପଣ ସମସ୍ତଙ୍କୁ ମୋ ଅନୁରୋଧ କୋଭିଡ୍ ନିୟମ ପାଳନ କରୁନ୍ତୁ ସଂକ୍ରମଣ ନେଇ ପୂର୍ବ ଭଳି ସଚେତନ ଓ ସତର୍କ ରୁହନ୍ତୁ । ଗରିବଙ୍କ ବିକାଶ ପାଇଁ ମୁଁ କାମ କରୁଛି ଏବଂ ବଞ୍ଚିଥିବା ଯାଏଁ ମଧ୍ୟ କରୁଥିବି ବୋଲି ଜଣାଇଛନ୍ତି ନବୀନ ।