Odia News Portal

ରାଜ୍ୟରେ ଦିନକରେ ୧୧୧୦୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମିବାର ନା ଧରୁନି ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୧୦୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୭୯୫୩୦ ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୮୯ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୬୨୧୯ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୫୧ ଜଣ, କଟକରୁ ୯୪୪ ଜଣ, ଅନୁଗୁଳରୁ ୮୬୪ ଜଣ, ସୁନ୍ଦରଗଡ଼ରୁ ୭୦୮ ଜଣ, ପୁରୀରୁ ୪୭୩ ଜଣ, ଯାଜପୁରରୁ ୩୯୬ ଜଣ, ସମ୍ବଲପୁରରୁ ୩୮୪ ଜଣ, ବୌଦ୍ଧ ୨୭୩ ଜଣ,କୋରାପୁଟରୁ ୨୫୧ ଜଣ,ଗଞ୍ଜାମରୁ ୨୧୪ ଜଣ,ନବରଙ୍ଗପୁରରୁ ୩୫୭ ଜଣ, ମୟୂରଭଞ୍ଜରୁ ୬୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ବାଲେଶ୍ବରରୁ ୫୦୯ ଜଣ, ଭଦ୍ରକରୁ ୪୮୯ ଜଣ,ବରଗଡ଼ରୁ ୩୩୯ ଜଣ,ସୋନପୁରରୁ ୧୮୦ ଜଣ,କେନ୍ଦୁଝରରୁ ୧୬୯ ଜଣ, ଗଜପତିରୁ ୧୫୭ ଜଣ, ନୟାଗଡ଼ାରୁ ୩୩୨ ଜଣ, ଜଗତସିଂହପୁରରୁ ୨୧୮ ଜଣ, ବଲାଙ୍ଗୀରରେ ୨୮୯ ଜଣ, ରାୟଗଡ଼ାରୁ ୨୦୯ ଜଣ, କେନ୍ଦ୍ରାପଡ଼ାରୁ ୧୫୦ ଜଣ, କନ୍ଧମାଳରୁ ୧୩୨ ଜଣ,ଢ଼େଙ୍କାନାଳରୁ ୧୩୧ ଜଣ,ଦେବଗଡ଼ରୁ ୧୨୫ ଜଣ, ନୂଆପଡ଼ାରୁ ୧୧୪ ଜଣ, ମାଲାକାନଗିରିରୁ ୧୦୦ ଜଣ, କଳାହାଣ୍ଡିରୁ ୩୯ ଜଣ, ଏବଂ ଷ୍ଟେଟ୍ ପୋଲ୍‌ରୁ ୨୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।