Odia News Portal

ବଢ଼ିଲା ସଂକ୍ରମଣ: ଦିନକରେ ୧୨୫୨୩ ପଜିଟିଭ୍

*ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ଜଣ ଚିହ୍ନଟ ।

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଉଛି ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୫୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୮୪୨୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦୧୨ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୫୧୧ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୨ଜଣ, ଅନୁଗୁଳ ଜିଲ୍ଲାରୁ ୯୩୦ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩୨ଜଣ, ଗଜପତି ଜିଲ୍ଲାରୁ ୫୩ଜଣ, ଗଞ୍ଜାମ ଜିଲ୍ଲାରୁ ୩୬୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୯୬ଜଣ, ବୌଦ୍ଧ ଜିଲ୍ଲାରୁ ୩୬୫ଜଣ, କଟକ ଜିଲ୍ଲାରୁ ୧୧୮୪ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୬ଜଣ, ବାଲେଶ୍ୱର ଜିଲ୍ଲାରୁ ୫୧୦ଜଣ, ବରଗଡ଼ ଜିଲ୍ଲାରୁ ୩୧୫ଜଣ, ଭଦ୍ରକ ଜିଲ୍ଲାରୁ ୧୭୭ଜଣ, ଜଗତସିଂହପୁର ଜିଲ୍ଲାରୁ ୩୨୫ଜଣ, ଯାଜପୁର ଜିଲ୍ଲାରୁ ୪୧୯ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୭୩ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୪୦୧ଜଣ, କନ୍ଧମାଳ ଜିଲ୍ଲାରୁ ୧୦୦ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୯୫ଜଣ, କେନ୍ଦୁଝର ଜିଲ୍ଲାରୁ ୨୩୨ଜଣ, କୋରାପୁଟ ଜିଲ୍ଲାରୁ ୨୩୩ଜଣ, ମାଲକାନାଗିରି ଜିଲ୍ଲାରୁ ୭୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୪୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୮୩ଜଣ, ନୟାଗଡ଼ ଜିଲ୍ଲାରୁ ୩୧୫ଜଣ, ନୂଆପଡ଼ା ଜିଲ୍ଲାରୁ ୧୨୯ଜଣ, ପୁରୀ ଜିଲ୍ଲାରୁ ୫୬୮ଜଣ, ରାୟଗଡ଼ା ଜିଲ୍ଲାରୁ ୩୨୧ଜଣ, ସମ୍ବଲପୁର ଜିଲ୍ଲାରୁ ୪୦୦ଜଣ, ସୋନପୁର ଜିଲ୍ଲାରୁ ୨୦୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୧୫ଜଣ , ଷ୍ଟେଟ୍‌ ପୁଲ୍‌ରୁ ୩୨୪ଜଣ ରହିଛନ୍ତି ।