Odia News Portal

କ୍ରୀଡା ମନ୍ତ୍ରୀଙ୍କ ନୂଆ ଇନିଂସ୍ ଆରମ୍ଭ

ସାତ ଜନ୍ମ ପାଇଁ ନନ୍ଦିନୀଙ୍କ ହାତ ଧରିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା । କ୍ରୀଡା ଏବଂ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏବଂ ନନ୍ଦିନୀ ଆଜି ବିବାହ କରିଛନ୍ତି। ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ସରକାରର ଅନ୍ୟତମ କନିଷ୍ଠ ମନ୍ତ୍ରୀ ତୁଷାରକାନ୍ତି ପାରମ୍ପାରିକ ହିନ୍ଦୁ ରୀତିନୀତି ଅନୁଯାୟୀ କାକଟପୁରର ଦେଉଳି ମଠରେ ନନ୍ଦିନୀଙ୍କ ସହ ବିବାହ କରିଛନ୍ତି। ବିବାହ ସମୟରେ ବର ଏବଂ ବରର ପରିବାର ସଦସ୍ୟ ଏବଂ ସମ୍ପର୍କୀୟମାନେ ଉପସ୍ଥିତ ରହି ନବ ବିବାହିତଙ୍କୁ ଆଶୀର୍ବାଦ ଦେଇଥିଲେ।

ବିଜୁ ଜନତା ଦଳର ନେତା ଓ କର୍ମୀମାନେ ମଧ୍ୟ ଏହି ବିବାହରେ ଉପସ୍ଥିତ ରହି ବର ଏବଂ କନ୍ୟାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି।ଏହା ସହିତ ନବ ଦମ୍ପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମଧ୍ୟ ମିଳିଛି | କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏହି ଦମ୍ପତିଙ୍କ ସୁସ୍ଥ ଜୀବନ କାମନା କରିଛନ୍ତି ।