Odia News Portal

ଭୁବନେଶ୍ୱରରେ ଜୁନିୟର ପାକିସ୍ତାନ ହକି ଦଳ

ଭୁବନେଶ୍ୱର: ଜୁନିୟର ବିଶ୍ୱକପ ଲାଗି ଚଳଚଞ୍ଚଳ ହୋଇ ଉଠିଛି ରାଜଧାନୀ ଭୁବନେଶ୍ୱର । ଗୋଟିଏ ପରେ ଗୋଟିଏ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚୁଛନ୍ତି । ଆସନ୍ତା ୨୪ ତାରିଖରେ କଳିଙ୍ଗ ହକି ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍ ଜୁନିଅର ହକିରେ ଭାଗ ନେବା ପାଇଁ ପାକିସ୍ତାନ ଦଳ ଭୁବନେଶ୍ୱରରେ ପଂହଚିଛି । ଫଳରେ ଦଳର ଅଂଶଗ୍ରହଣ ନେଇ ଥିବା ଅନିଶ୍ଚିତତା ଦୂର ହୋଇଛି । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ପାକ୍ ଦଳକୁ କଡା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି । ଟୁର୍ଣ୍ଣାମେଂଟର ପ୍ରଥମ ଦିନରେ ପାକିସ୍ତାନ ଜର୍ମାନୀ ବିପକ୍ଷରେ ଖେଳିବ । ପୁଲ୍ ଡି ରେ ସ୍ଥାନ ପାଇଛନ୍ତି ପାକିସ୍ତାନ ଓ ଜର୍ମାନୀ । ଏହି ପୁଲ୍ର ଅନ୍ୟ ଦୁଇ ଟିମ୍ ହେଲେ ଆର୍ଜେଂଟିନା ଓ ଇଜିପ୍ଟ । ୨୦୧୬ରେ ଲକ୍ଷ୍ନୌରେ ଆୟୋଜିତ ଟୁର୍ଣ୍ଣାମେଂଟରେ ପାକିସ୍ତାନ ଭାଗ ନେଇ ନ ଥିଲା । ପାକିସ୍ତାନର ସିନିଅର ହକି ଦଳ କିନ୍ତୁ ୨୦୧୮ରେ ଭୁବନେଶ୍ୱରରେ ଆୟୋଜିତ ବିଶ୍ୱକପରେ ଭାଗ ନେଇଥିଲା । ଜୁନିଅର ବିଶ୍ୱକପ୍ ଇତିହାସରେ ପାକିସ୍ତାନ ଥରେ ମାତ୍ର ଚାମ୍ପିଅନ ହୋଇଛି । ୧୯୭୯ ସଂସ୍କରଣରେ ଟାଇଟଲ ଜିତିଥିଲା ପାକିସ୍ତାନ ।