Odia News Portal

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ପରୀ’ର ମା

ନୟାଗଡ଼: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରୀ’ର ମା | ନ୍ୟାୟ ପାଇବା ପାଇଁ ସୁପ୍ରିମକୋର୍ଟ ଗଲେ ପରୀର ମା ସୌଦାମିନୀ | ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସୌଦାମିନୀ | ତେବେ ନୟାଗଡ଼ ପରି ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ୍‌ ଏସ୍‌ଆଇଟି ତଦନ୍ତ କରି ହତ୍ୟାକାରୀକୁ ଧରିଥିଲେ ମଧ୍ୟ ଏସ୍‌ଆଇଟିର ତଦନ୍ତ ପ୍ରକ୍ରିୟାରେ ଖୁସି ନଥିଲେ ପରୀର ପରିବାର ଲୋକ | ସେମାନେ ବାରମ୍ବାର ପରୀ ହତ୍ୟା ମାମଲାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲି ନାୟକଙ୍କ ନାଁ ନେଇଥିଲେ | ଏବଂ ମନ୍ତ୍ରୀ ଓ ତାଙ୍କ ସହଯୋଗୀ ବାବୁଲି ନାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ |

ଅନ୍ୟପଟେ ନାର୍କୋ ଟେଷ୍ଟ ପାଇଁ ଅସମ୍ମତି ପରେ ବ୍ରେନ ମ୍ୟାପିଂ ଟେଷ୍ଟ ପାଇଁ ଅମଙ୍ଗ ହୋଇଛି ପରୀ ଅଭିଯୁକ୍ତ । ଆଜି ନୟାଗଡ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏନେଇ ଶୁଣାଣୀ ଚାଲିଥିବା ବେଳେ ବ୍ରେନ ମ୍ୟାପିଂ ପାଇଁ ଅଭିଯୁକ୍ତ ରାଜି ହୋଇନଥିବା ସୂଚନା ମିଳିଛି । ତେବେ କୋର୍ଟ ଏସଆଇଟିର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ଅଭିଯୁକ୍ତକୁ ହାଜର କରିଥିଲା ପୁଲିସ । ଗତ ୮ ତାରିଖରେ ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଥିଲା ଏସଆଇଟି । ଏହା ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ମଧ୍ୟ ରାଜି ହୋଇନଥିଲା ।