Odia News Portal

ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ

*କାଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନ ଆସିବାକୁ ନିର୍ଦ୍ଦେଶ |
*ସ୍ଥଗିତ ଆଦେଶ କପି ସିଇଓ ଓ ଇସିଆଇକୁ ପଠାଯାଇଛି |

ଭୁବନେଶ୍ୱର: ସ୍ଥଗିତ ହେଲା ପିପିଲି ଉପ-ନିର୍ବାଚନ । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ସ୍ଥଗିତ ହୋଇଛି । ଉପନିର୍ବଚାନ ସ୍ଥଗିତ ନେଇ ପୁରୀ ଏଡିଏମ ଘୋଷଣା କରିଛନ୍ତି ।କାଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନ ଆସିବାକୁ ନିର୍ଦ୍ଦେଶ |ସ୍ଥଗିତ ଆଦେଶ କପି ସିଇଓ ଓ ଇସିଆଇକୁ ପଠାଯାଇଛି | ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ତଳେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହା ପରେ ଭୁବନେଶ୍ୱର ଆପୋଲୋ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି |