Odia News Portal

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା, ୪ ମୃତ

କୋଲକାତା: ପଶ୍ଚିମବଙ୍ଗରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ । ଏହି ପର୍ଯ୍ୟାୟରେ ୫ ଟି ଜିଲ୍ଲାର ୪୪ ଟି ଆସନ ପାଇଁ ମତଦାନ କରାଯାଉଛି ।ତେବେ କୁଚବିହାରର ସିତାଲକୁଚିରେ ବିଜେପି ଓ ଟିଏମସି କାର୍ଯ୍ୟକର୍ତ୍ତା ମୁହାଁମୁହିଁ ହୋଇଛନ୍ତି । ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଛି । ହିଂସାକୁ ରୋକିବାକୁ ଯାଇ ଯବାନଙ୍କ ଗୁଳିରେ ୪ ଜଣଙ୍କର ଜୀବନ ଚାଲିଯାଇଛି ।

ସୂଚନା ଅନୁଯାୟୀ, ସକାଳ ୧୦ ଟାରେ ସୀତାଲକୁଚି ଠାରେ କ୍ୱିକ୍ ରେସ୍ପନ୍ସ ଟିମ୍ ବୁଥ ନିକରେ ଜଗିଥିବା ବେଳେ ସ୍ଥାନୀୟ କିଛି ବିଜେପି ଓ ଟିଏମସି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ମତଦାନ କେନ୍ଦ୍ର ନିକଟରେ ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କୁ କିଛି ଉପଦ୍ରବୀ ଆକ୍ରମଣ କରିଥିଲେ । ଏହାସହ ଯବାନଙ୍କ ଗାଡିକୁ ବି ଭଙ୍ଗାରୋଜା କରିଥିଲେ । ଏହାପରେ ସୁରକ୍ଷାକର୍ମୀମାନେ ୫ ରାଉଣ଼୍ଡ ଗୁଳି ଚଳାଇଥିଲେ । ଏଥିରେ ୪ଜଣଙ୍କ ଜୀବନ ଯାଇଛି । ଟିଏମସି ଦାବି କରିଛି ଯେ, ବୁଥ ନମ୍ବର ୫-୧୨୬ରେ ଘଟିଥିବା ଗୁଳିକାଣ୍ଡରେ ହମିଦୁଲ ହକ, ମନିରୁଲ୍ ହକମ୍ ସମିୟୁଲ ଓ ଅଜମଦ ହୁସେନଙ୍କ ମୃତ୍ୟୁ ଘଟିଛି । ନିର୍ବାଚନ ଆୟୋଗ ଘଟଣାକୁ ନେଇ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ୧ ଘଣ୍ଟା ମଧ୍ୟରେ ରିପୋର୍ଟ ମାଗିଛନ୍ତି ।ପଶ୍ଚିବଙ୍ଗ ଆଡିସନାଲ ଡାଇରେକ୍ଟର ଜେନେରାଲ ଜଗମୋହନ ଫୋନ ଯୋଗେ ୪ ଜଣଙ୍କର ମୃତ୍ୟୁ ହୋଇଥିବା କଥା ସ୍ପଷ୍ଟ କରିଛନ୍ତି |