Odia News Portal

ବିଜେଡିରେ ମିଶିବେ କି ପ୍ରଦୀପ?

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରେ ବିଜେଡ଼ିରେ ସାମିଲ ହେବେ କଂଗ୍ରେସ ନେତା ପ୍ରଦୀପ ମାଝି । ବିଜେଡିରୁ ରାଜ୍ୟସଭା ଯିବେ ପ୍ରଦୀପ । ବିଜେଡିର ପାୱାରଫୁଲ ନେତାଙ୍କ ସହ ହୋଇସାରିଛି ଆଲୋଚନା । ଏଭଳି କଥାକୁ ନେଇ ଏବେ ସବୁଠି ହେଉଛି ଚର୍ଚ୍ଚା । ପାନ ଦୋକାନରୁ ଆରମ୍ଭ କରି ଅଫିସ ସବୁଠି ଚର୍ଚ୍ଚା ହେଉଛି କି ପ୍ରଦୀପ ମାଝି ବିଜେଡିରେ ସାମିଲ ହେବେ । ତେବେ ଏନେଇ ପ୍ରଦୀପଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

କିଛିଦିନ ହେବ ପ୍ରଦୀପଙ୍କୁ ନେଇ ସବୁଠି ଚାଲିଛି ଚର୍ଚ୍ଚା । ଆସନ୍ତାବର୍ଷ ୩ ରାଜ୍ୟସଭା ଆସନ ଖାଲି ପଡୁଛି । ଏଣୁ ସେ ରାଜ୍ୟସଭାକୁ ଯିବେ ବୋଲି କୁହାଯାଉଛି । ସେପଟେ ପ୍ରଦୀପ ବିଜେଡିରେ ମିଶିବାକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି କି, କଂଗ୍ରେସ ହେଉଛି ବିଶାଳ ସମୁଦ୍ର । ଏଠାକୁ କେତେ ଆସିବେ କେତେ ଯିବେ । ଯିଏ ଯିବ ସେ ମୀନ, ଆଉ ଯିଏ ରହିବ ସେ ରୋହି ।

ଯଦି କହିବା ପ୍ରଦୀପଙ୍କ ରାଜ୍ୟ ରାଜନୀତିରେ ମଧ୍ୟ ବେଶ ପ୍ରଭାବ ରହିଛି । ସେ ଏବେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଅଛନ୍ତି । ଅବିଭକ୍ତ କୋରାପୁଟ ହେଉ ବା ନବରଙ୍ଗପୁର ଜିଲ୍ଲା ସବୁଠି ରହିଛି ତାଙ୍କର ବେଶ ଦବଦବା । ତେବେ ପ୍ରଦୀପ ବାପା ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜନତା ଦଳରେ ରହିଥିଲେ । ଏପରିକି ନିର୍ବାଚନରେ ମଧ୍ୟ ବିଜୟୀ ହୋଇଛନ୍ତି । ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ପ୍ରଦୀପ ବାପାଙ୍କ ସହ ସେବେଠାରୁ କଂଗ୍ରେସରେ ଅଛନ୍ତି । ପ୍ରଥମେ ଜିଲ୍ଲାପରିଷଦ ଭାବେ ଜିତିଥିଲେ । ଆଉ ୨୦୦୯ ସାଧାରଣ ନିର୍ବାଚନରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରୁ ସାଂସଦ ହୋଇଥିଲେ । ଆଉ ଏହାପରେ ସେ ୨ଟି ନିର୍ବାଚନ ହାରିଛନ୍ତି ପ୍ରଦୀପ ।