Odia News Portal

ଘରେ ପଶି ଦୁଷ୍କର୍ମ ଅଭିଯୋଗ

ଘରେ ପଶି ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ଦୁର୍ବତ୍ତ । ଏହିଭଳି ଅଭିଯୋଗ ଆସିଛି କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁରୁ । ଅଭିଯୋଗ ଅନୁସାରେ, ୨୪ ତାରିଖ ରାତିରେ ୨ ଜଣ ଦୁର୍ବୃତ୍ତ ବ୍ରାହ୍ମଣୀ ଗାଁରେ ଜୈନିକ ବ୍ୟକ୍ତିଙ୍କ ଘରେ ପଶିଥିଲେ । ଦମ୍ପତିଙ୍କୁ ମାରଧର କରିବା ସହ ସ୍ୱାମୀ ମୁଣ୍ଡରେ ବନ୍ଧୁକ ରଖି ସ୍ତ୍ରୀ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।
ଏନେଇ ପୀଡ଼ିତାଙ୍କ ସ୍ୱାମୀ ଜୟପୁର ମହିଳା ଥାନାରେ ଏତଲା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରି ଦଣ୍ଡ ଦେବାକୁ ପୀଡ଼ିତାଙ୍କ ସ୍ୱାମୀ ଦାବି କରିଥିବା ବେଳେ ଦୁଷ୍କର୍ମକାରୀଙ୍କୁ ଫାଶୀ ନହେଲେ ସପରିବାର ଆତ୍ମହତ୍ୟା କରିବେ କହିଛନ୍ତି ପୀଡ଼ିତା । ଏତଲା କ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇ ଅଭିଯୋଗର ତଦନ୍ତ କରାଯାଉଥିବା କହିଛନ୍ତି ଏସଡିପିଓ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରିଥିବା ବେଳେ ମହିଳାଙ୍କ ଡାକ୍ତରୀମାଇନା କରାଯାଇଛି ।
ଏବେ ତଦନ୍ତ ପ୍ରାଥମିକ ସ୍ତରରେ ଥିବାରୁ ସବିଶେଷ ସୂଚନା ଦେବାକୁ ମନା କରି ଦେଇଛନ୍ତି ଏସଡିପିଓ । ମାଲା ସମ୍ବେଦନଶୀଳ ହୋଇ ଥିବାରୁ ପୋଲିସ ସତର୍କତାର ସହ ପଦକ୍ଷେପ ନେଉଛି ଓ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସଡିପିଓ କହିଛନ୍ତି । ତେବେ ଏହି ମାମଲାରେ ପୀଡ଼ିତା ଅଭିଯୁକ୍ତଙ୍କ ପରିଚୟ ଓ ଠିକଣା ଦର୍ଶାଇଥିବାରୁ ପୋଲିସକୁ ତଦନ୍ତରେ ସହାୟକ ହେବ ।