Odia News Portal

ବୋଲିଂ ପରେ ବ୍ୟାଟିଂରେ ଅଶ୍ୱିନଙ୍କ କମାଲ୍

ଚେନ୍ନାଇ: ବୋଲିଂ ପରେ ବ୍ୟାଟିଂରେ କମାଲ ଦେଖାଇଲେ ଅଶ୍ୱିନ । ଆଜି ଚେନ୍ନାଇ ଟେଷ୍ଟରେ ଦମଦାର ଶତକ ଅର୍ଜନ କରିଛନ୍ତି ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ । ଦ୍ଵିତୀୟ ଟେଷ୍ଟର ତୃତୀୟ ଦିନରେ ଦମଦାର ବ୍ୟାଟିଂ କରି ଅଶ୍ଵିନ ନିଜର ପଞ୍ଚମ ଶତକ ପୂରଣ କରିଛନ୍ତି। ତାଙ୍କର ଏହି ଇନିଂସ ବଳରେ ଭାରତ ଇଂଲଣ୍ଡ ବିପକ୍ଷରେ ନିଜର ସ୍ଥିତି ଆହୁରି ମଜବୁତ କରି ନେଇଛି। ଏହି ପ୍ରଦର୍ଶନ ବଳରେ ଅଶ୍ଵିନ ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍‌ରେ ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇ ପାରନ୍ତି । ଏଥିସହିତ ଦ୍ୱିତୀୟ ଇଂନିସରେ ଭାରତୀୟ ଦଳ ୨୮୬ ରନରେ ଅଲଆଉଟ୍ ହେବା ସହିତ ଇଂଲଣ୍ଡ ଦଳକୁ ବିଜୟ ପାଇଁ ୪୮୨ ରନର ଟାର୍ଗେଟ ଦେଇଛି ।

ଅଶ୍ୱିନଙ୍କ ଦମଦାର ୧୦୬ ରନର ଇଂନିସ ବଳରେ ଭାରତୀୟ ଦଳ ଦ୍ୱିତୀୟ ଇଂନିସରେ ୨୮୬ ରନ କରିପାରିଛି । ସିରିଜ୍‌ର ଦ୍ଵିତୀୟ ମ୍ୟାଚ୍‌ର ପ୍ରଥମ ଇନିଂସରେ ୨୩.୫ ଓଭରରେ ୪୩ ରନ ଦେଇ ୫ ଓ୍ଵିକେଟ୍ ନେଇଥିଲେ। ଅଶ୍ଵିନ ପ୍ରଥମ ଇନିଂସରେ ୧୩ ରନ କରିଥିଲେ ହେଁ ଦ୍ଵିତୀୟ ଇନିଂସରେ ଟର୍ଣ୍ଣ ନେଉଥିବା ପିଚ୍‌ରେ ଅବିଶ୍ଵସନୀୟ ବ୍ୟାଟିଂ କରି ଶତକ ଅର୍ଜନ କରିଛନ୍ତି। ଯାହା ଫଳରେ ଟିମ୍ ଇଣ୍ଡିଆ, ବ୍ରିଟିଶ ଦଳକୁ ଏହି ବଡ ଟାର୍ଗେଟ ଦେଇପାରିଛି । ଇଂଲଣ୍ଡ ପକ୍ଷରୁ ଜ୍ୟାକ୍ ଲିଚ୍ ଓ ମୋଇନ୍ ଅଲ୍ଲୀ ପ୍ରତ୍ୟେକ ୪ଟି ଲେଖାଏଁ ୱିକେଟ୍ ନେଇଥିଲେ ।

ଭାରତ ପାଇଁ ଗୋଟିଏ ଟେଷ୍ଟରେ ୧୦୦ରୁ ଉର୍ଦ୍ଧ୍ଵ ରନ ଏବଂ ୫ ଓ୍ଵିକେଟ୍ ନେବାର କାରନାମା ଅଶ୍ଵିନ ୩ ଥର କରି ସାରିଛନ୍ତି। ଅଶ୍ଵିନ ସଂପ୍ରତି ୧୩୫ ବଲରୁ ୧୪ ଚୌକା ଓ ୧ ଛକା ସହ ୧୦୩ ରନ କରି ବ୍ୟାଟିଂ କରୁଛନ୍ତି। ଭାରତ ଇଂଲଣ୍ଡଠୁ ୪୭୧ ରନର ଅଗ୍ରଣୀ ହାସଲ କରି ସାରିଛି।ତେବେ ଭାରତ ପ୍ରଥମ ଇଂନିସରେ ୩୨୯ ରନ କରିଥିଲା । ଏହାପରେ ଇଂଲଣ୍ଡ କିନ୍ତୁ ମାତ୍ର ୧୩୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଏବେ ଇଂଲଣ୍ଡକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୪୮୨ ରନର ଲକ୍ଷ୍ୟ ପୂରଣ କରିବାକୁ ହେବ ।