Odia News Portal

ରେଭେନ୍ସାରେ ନୂତନ କୁଳପତି ନିଯୁକ୍ତ

ଭୁବନେଶ୍ୱର: ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ନିଯୁକ୍ତ । ପ୍ରଫେସର ସଞ୍ଜୟ ନାୟକଙ୍କୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନୂତନ କୁଳପତି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ସଞ୍ଜୟ ନାୟକଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ପ୍ରଦାନ କରିଛନ୍ତି ରାଜ୍ୟପାଳ । ଚେନ୍ନାଇ ସିପେଟ୍ ର ଚିଫ୍ ଏକାଡେମିକ୍ ଅଫିସର ଅଛନ୍ତି ପ୍ରଫେସର ସଞ୍ଜୟ ନାୟକ |