Odia News Portal

ଭୁବନେଶ୍ୱର ବିମାନବନ୍ଦରରେ ସ୍କ୍ରିନିଂ ଆରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିଦ ହଜାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌ । ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି ।ଏବଂ ଆଜିଠାରୁ ବିମାନବନ୍ଦରରେ ସ୍କ୍ରିନିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କ ସ୍କ୍ରିନିଂ କରାଯିବ ।

କରୋନାର ୨ୟ ଷ୍ଟ୍ରେନ୍‌ ନେଇ ବିଏମ୍‌ସି ପକ୍ଷରୁ ଏହି କଡ଼ା ପଦକ୍ଷେପ ନିଆଯାଇଛି । ୨ୟ ଷ୍ଟ୍ରେନ୍‌କୁ ନଜରରେ ରଖି ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଛି । ବାହାର ରାଜ୍ୟରୁ ଆସୁଥିବା ପ୍ରତ୍ୟେକ ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ବେଳେ ଯଦି ଲକ୍ଷଣ ଦେଖାଯିବେ, ତେବେ ସେମାନଙ୍କର ଟେଷ୍ଟିଂ କରାଯିବ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ଅଛନ୍ତି । ଏୟାରପୋର୍ଟ ଭଳି ଖୁବଶୀଘ୍ର ରେଲୱେ ଷ୍ଟେସନରେ ମଧ୍ୟ ସ୍କ୍ରିନିଂ ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସୂଚନା |