Odia News Portal

ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା

କଟକ: ହାଇକୋର୍ଟ ଗଲା ମୂର୍ତ୍ତି ଉଚ୍ଚତା ବିବାଦ ମାମଲା । କଟକ ବାଲୁ ବଜାର ପୂଜା କମିଟି ପକ୍ଷରୁ ମାମଲା ଦାୟର କରାଯାଇଛି । ୫ ଶହ ର୍ବେର ପରମ୍ପରା ବଜାୟ ରଖିବା ଲାଗି ଆବେଦନ କରାଯାଇଛି । ମାମଲାରେ ମୁଖ୍ୟ ଶାସନ ସଚିବ ଓ ଏସଆରସି ପକ୍ଷଭୂକ୍ତ କରାଯାଇଛି । ସୂଚନା ଥାଉକି, କରୋନା କଟକଣାକୁ ଦୃଷ୍ଟିରେ ଚଳିତ ବର୍ଷ ପାର୍ବଣରେ ମୂର୍ତ୍ତି ଉଚ୍ଚତା ୫ଫୁଟ ରଖିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଏବେ ବିବାଦ ଲାଗି ରହିଛି । ସମସ୍ତ ପୂଜା କମିଟି ପକ୍ଷରୁ କୁହାଯାଇଛି କି, ମୂର୍ତ୍ତି ଉଚ୍ଚତାକୁ ବଢ଼ାଯିବା ଲାଗି ଅନୁମତି ଦିଆଯାଉ । ତେବେ ବାରମ୍ବାର ବୈଠକ ବସି ଆଲୋଚନା ହୋଇଥିଲେ ସୁଦ୍ଧା କୌଣସି ନିସ୍କର୍ଷ ବାହାରିପାରି ନାହିଁ । ଶେଷରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବାଲୁବଜାର ପୂଜା କମିଟି ପକ୍ଷରୁ ମାମଲା ଦାୟର କରାଯାଇଛି ।