Odia News Portal

ଆଉ କିଛି ସମୟ ପରେ କ୍ୟାବିନେଟ

ଭୁବନେଶ୍ବର : ଆଉ କିଛି ସମୟ ପରେ ବସିବ ରାଜ୍ୟ କ୍ୟାବିନେଟ । ଆଜି ଦିନରେ ୧୨ଟାରେ ଏହି କ୍ୟାବିନେଟ ବୈଠକ ବସିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମାଧ୍ୟମରେ ଯୋଗଦେବେ । ପ୍ରାୟ ୧୧ରୁ ଅଧିକ ପ୍ରସ୍ତାବ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ଉଚ୍ଚ ଶିକ୍ଷାରେ ଅନୁଦାନ ବ୍ୟବସ୍ଥାରେ ସଂଶୋଧନ ପ୍ରସ୍ତାବ ଆଣିବେ ସରକାର । ସେହିପରି କୃଷି କ୍ଷେତ୍ର, ପୂର୍ତ୍ତ, ଜଳସେଚନ, ଗୃହ ଓ ନଗର ଉନ୍ନୟନ ବିଭାଗ ପାଇଁ ନିଷ୍ପତ୍ତି ନିଆଯିବ ।