Odia News Portal

ବଡ ଆନ୍ଦୋଳନ ପାଇଁ ସଜବାଜ

କୃଷି ଆଇନ ରଦ୍ଦ ବିଲକୁ କ୍ୟାବିନେଟର ମଞ୍ଜୁର ପରେ ବି, ଚାଷୀ ସଂଗଠନ ଶାନ୍ତ ପଡି ନାହାଁନ୍ତି । ଏବଂ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । କାଲି କୃଷକ ଆନ୍ଦୋଳନକୁ ବର୍ଷେ ପୁରୁଥିବାରୁ ଏମଏସପି ଗ୍ୟାରେଂଟି ଓ ଅନ୍ୟାନ୍ୟ ଦାବିରେ ଆନ୍ଦୋଳନ କରିବାକୁ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ।

ତିନି ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ଘୋଷଣା ହୋଇଥିଲେ ବି କୃଷକମାନେ ଅନ୍ୟ ଦାବି ସବୁ ପୂରଣ ଜିଦ୍‌ରେ ଆନ୍ଦୋଳନ ଜାରି ରଖିବାକୁ ଅଟଳ ରହିଛନ୍ତି । ସଂସଦରେ ଆଇନ ଉଚ୍ଛେଦ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ଜାରି ରଖିବେ। ଏଥିପାଇଁ ସେମାନଙ୍କ ପୂର୍ବ ‌ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ହେବ । ଆସନ୍ତା ୨୯ ତାରିଖରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଥିବା ବେଳେ ଏହି ଦିନ ଆନ୍ଦୋଳନରତ ଚାଷୀମାନେ ସଂସଦକୁ ଟ୍ରାକ୍ଟର ରାଲି କରିବେ ।