Odia News Portal

ପରୀ ହତ୍ୟା ଘଟଣାରେ ସତ ମାନିଲା ସରୋଜ

ନୟାଗଡ଼: ପରୀ ହତ୍ୟା ଘଟଣାରେ ସତ ଓଗାଳିଛି ଅଭିଯୁକ୍ତ ସରୋଜ | ହତ୍ୟା ଘଟଣାରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀର ସ୍ୱୀକାରୋକ୍ତି ଭିଡିଓ । ପରୀକୁ କେମିତି ମାରିଲା, କେମିତି ଫିଙ୍ଗିଲା ଭିଡ଼ିଓରେ ଗୋଟି ଗୋଟି ସତ ବଖାଣିଛି ଅଭିଯୁକ୍ତ | ସ୍ୱୀକାରୋକ୍ତି ଭିଡିଓରେ ଅଭିଯୁକ୍ତ କେମିତି ପରୀକୁ ତଳେ ପକାଇ ତଣ୍ଟି ଚିପି ହତ୍ୟା କରିବା ପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୁରାଇ ବାଡି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡି ଦେଇଥିଲା ସେ ବାବଦରେ ମଧ୍ୟ ବର୍ଣ୍ଣନା କରିଛି ।

ଅଭିଯୁକ୍ତସରୋଜ କହିଛି, ଦୁଷ୍କର୍ମ କରିବାକୁ ଚାହିଁଥିଲା । ସେଥିପାଇଁ ଲେଗିଙ୍ଗସକୁ ଖୋଲିଥିଲା,ତେବେ ପରୀର ମୃତ୍ୟୁ ପରେ ଦୁଃଖ ଲାଗିବାରୁ ଆଉ ଦୁଷ୍କର୍ମ କରିନଥିଲା ବୋଲି କହିଛି ଅଭିଯୁକ୍ତ| ମୃତ ଦେହ ଫିଙ୍ଗିବା ପୂର୍ବରୁ ଲେଗିଙ୍ଗସକୁ ପୋଖରୀରେ ଫୋପାଡିଥିଲା । ତାପରେ ମୃତ ଦେହକୁ ଫୋପଡିଥିଲା । ପରୀକୁ ଘରକୁ ଡାକିବା ବେଳେ ଘରେ ମାଆ କି ଭଉଣୀ କେହି ନଥିଲେ ବୋଲି ଭିଡିଓରେ ଅଭିଯୁକ୍ତ କହିଛି । ପରୀର ମାଆ ଆସି ଝିଅ ବିଷୟରେ ପଚାରିବାରୁ ଦେଖିନାହିଁ ବୋଲି କହିଥିଲା ଅଭିଯୁକ୍ତ ।