Odia News Portal

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଲକାନଗିରି ପଂଚାୟତରେ ଦୁଇ ଭଉଣୀଙ୍କର ପୋଖରୀରେ ବୁଡି ମୃତ୍ୟୁ ହୋଇଛି । ବାପାମା’ କାମକୁ ଯାଇଥିବା ବେଳେ ପୋଖରୀରେ ଦୁଇ ଭଉଣୀ ବୁଡ଼ି ଯାଇଥିବା ନେଇ ସୂଚନା ମିଳିଛି । ମାଲକାନଗିରି ଜିଲ୍ଲା ପୋଡ଼ାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ମଙ୍ଗ ଗାଁରେ ଏମିତି ଏକ ଦୁଖଦ ଘଟଣା ଘଟିଥିବା ନେଇ ଜଣାଯାଇଛି । ମୃତ ଦୁଇ ଭଉଣୀ ଦ୍ବୟ ହେଲେ ରାଜେଶ୍ୱରୀ ପଡ଼ିଆମୀ ଓ ଶିବାନୀ ପଡ଼ିଆମୀ । ବଡ ଭଉଣୀ ରାଜେଶ୍ୱରୀକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଶିବାନୀକୁ ୨ ବର୍ଷ ହୋଇଥିବା ନେଇ ସୂଚନା ମିଳିଛି । ଆଜି ଦିପହରେ ବାପା ପ୍ରକାଶ ପଡ଼ିଆମୀ ଓ ତାଙ୍କ ପତ୍ନୀ ରାମେ ପଡ଼ିଆମୀ ଜମିକୁ କାମ କରିବାକୁ ଯାଇଥିଲେ । ଘରେ ଦୁଇ ଝିଅ- ରାଜେଶ୍ୱରୀ ଓ ଶିବାନୀ ଥିଲେ । ଦୁହେଁ ଖେଳୁଥିବା ଅବସ୍ଥାରେ ପୋଖରୀରେ ବୁଡ଼ି ଯାଇଥିଲେ ବୋଲି ପଚରାଉଚୁରାରୁ ଜଣାଯାଇଛି ।